ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହରିୟାଣାର ଗୃହମନ୍ତ୍ରୀ ଅନୀଲ ଭିଜ ରବିବାର ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ଓୱେସୀଙ୍କ ବୟାନକୁ ନେଇ ସେ କହିଛନ୍ତି ଯେ, ଏହା ଭଲ କଥା ଯେ ମୁସଲମାନଙ୍କ ଜନସଂଖ୍ୟା କମିବାରେ ଲାଗିଛି । ଏହାକୁ ଆହୁରି କମ୍ କରିବା ଦରକାର। ଭାରତରେ ମୁସଲମାନଙ୍କ ସଂଖ୍ୟା କମୁଛି ବୋଲି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀ କହିଛନ୍ତି । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଜନସଂଖ୍ୟା ନୀତି ଉପରେ ପ୍ରତିକ୍ରିୟା ରଖି ଓୱେସୀ ଏଭଳି କହିଥିଲେ । ଏହାପରେ ହରିୟାଣାର ଗୃହମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି ।
ଅନୀଲ କହିଛନ୍ତି ଯେ, ଦେଶରେ ଯଦି ମୁସଲମାନଙ୍କ ସଂଖ୍ୟା କମୁଛି ତାହେଲେ ଭଲ କଥା । ଯଦି ଏପରି ହେଉଛି ତେବେ ଏହା ଏକ ଭଲ କଥା । ଏହି ସଂଖ୍ୟା ଆହୁରି କମିବା ଦରକାର ଏବଂ ‘ଆମେ ଦୁଇ ଆମର ଦୁଇ’ ନୀତିକୁ ଦେଶରେ ଆଣିବା ଦରକାର ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଓୱେସୀ କହିଥିଲେ ଯେ ଦେଶରେ ମୁସଲମାନମାନେ ସର୍ବାଧିକ କଣ୍ଡୋମ ବ୍ୟବହାର କରୁଛନ୍ତି। ପୂର୍ବ ତୁଳନାରେ ମୁସଲମାନମାନଙ୍କର ପ୍ରଜନନ ହାର ହ୍ରାସ ପାଇଛି। ଜନସଂଖ୍ୟା ମାମଲାରେ ବ୍ୟସ୍ତ ହେବା ଆବଶ୍ୟକତା ନାହିଁ କାରଣ ମୁସଲମାନମାନଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ ବରଂ ଦିନକୁ ଦିନ କମୁଛି ଏହା ସରକାରଙ୍କ ପରିସଂଖ୍ୟାନ କହୁଛି। କିନ୍ତୁ ଏ ବାବଦରେ ମୋହନ ଭାଗବତ କେବେ ମଧ୍ୟ ଆଲୋଚନା କରିବେ ନାହିଁ ବୋଲି ଓୱେସୀ କହିଥିଲେ।
