ବିମାନବନ୍ଦର ଓ ବିମାନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ମାସ୍କ୍ ନାହିଁ ତ ବିମାନ ଭିତରକୁ ଯିବା ପାଇଁ ଅନୁମତି ନାହିଁ ଏଣିକି ବିମାନବନ୍ଦର ଓ ବିମାନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରଯାଇଛି । ଏଥିସହ ଯଦି ମାସ୍କ ନପିନ୍ଧନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ମହାମାରୀ କରୋନା ତାର ପ୍ରକୋପ ପୁଣି ଥରେ ଜାହିର କରୁଥିବାରୁ ଯାତ୍ରୀଙ୍କୁ ସାବଧାନ ରହିବାକୁ ସତର୍କ କରାଯାଇଛି। ଯେଉଁ ଯାତ୍ରୀ ମାସ୍କ ପିନ୍ଧିବାକୁ ଅମଙ୍ଗ ହେବା ତାଙ୍କୁ ଯାତ୍ରା ପାଇଁ ବାରଣ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ମାସ୍କ ବ୍ୟବହାରକୁ ନେଇ ଚେକିଂ ଦାୟିତ୍ୱ ସିଆଏସଫକୁ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡକୁ ଆସିଛି ଡିଜିସିଏ।

ଏ ସମ୍ପର୍କରେ ଆଜି ଡିଜିସିଏ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ସେଥିରେ ଏୟାରଲାନ୍ ଉଦ୍ଦେଶ୍ୟରେ କୁହାଯାଛି ଯେ, ଯେଉଁ ଯାତ୍ରୀମରନେ ବାରମ୍ବାର କହିବା ସତ୍ତ୍ୱେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ଅମାନିଆ ହେଉଛନ୍ତି ସେମାନଙ୍କୁ ବିମାନ ଯାତ୍ରାରେ ବାରଣ କରାଯାଉ । ସେହିପାର ମାସ୍କ ସମ୍ପର୍କରେ ସଚେତନତା ପାଇଁ ଏୟାରପୋର୍ଟ ଅପରେରେଟମାନଙ୍କୁ ବାରମ୍ବାର ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲା ବିନା ମାସ୍କରେ ଥିବା ଯାତ୍ରୀଙ୍କଠାରୁ ଜରିମାନା ଆଦାୟ ପାଇଁ କୁହଯାଇଛି।

ପୂର୍ବରୁ ଗତ ଜୁନ ୩ ତାରିଖରେ ବିମାନବନ୍ଦର ଏବଂ ବିମାନ ଭିତରେ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ପାଳନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜଣିକିଆ ଖଣ୍ଡପୀଠ ତଥା ମୁଖ୍ୟ ବିଚାରପତି ଏସିଜେ ବିପିନ୍‌ ସିଙ୍ଘାଇ କହିଥିଲେ ଯେ, ମାସ୍କ ନପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି ଅମାନିଆଙ୍କ ବିରୋଧରେ ଅତ୍ୟଧିକ ପରିମାଣରେ ଜରିମାନା ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ଆବଶ୍ୟକ ପଡ଼ିଲେ ନିୟମ ଊଲ୍ଲଂଘନକାରୀଙ୍କୁ ବିମାନ ଭିତରୁ ବାହାର କରି ଦିଆଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts