ନୂଆଦିଲ୍ଳୀ : ଗୋଆକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟି । ଆଜି ପ୍ରଧାନମନ୍ତ୍ରୀ ଦ୍ବିତୀୟ ବିମାନବନ୍ଦର ଭେଟିଦେବେ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆର ମୋପାରେ ଦ୍ବିତୀୟ ଅନ୍ତର୍ଜାତୀୟ ଏୟାରପୋର୍ଟ ଉଦଘାଟନ କରିବେ। ସନ୍ଧ୍ୟା ୫ଟା ସମୟରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରର ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଏହି ଏୟାରପୋର୍ଟ ୨,୮୭୦ କୋଟି ବ୍ୟୟରେ ନିର୍ମିତ ହୋଇଛି। ଜାନୁଆରୀ ୫ ତାରିଖରେ ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ। ଏହି ଏୟାରପୋର୍ଟ ପର୍ଯ୍ୟଟନ ଏବଂ ଅର୍ଥନୀତିକୁ ବୃଦ୍ଧି କରିବାରେ ସହାୟକ ହେବ।
୨୦୧୬ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ମୋପା ଇଣ୍ଟରନାସନାଲ ଏୟାରପୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ଗୋଆର ଦ୍ବିତୀୟ ଏୟାରପୋର୍ଟ, ପ୍ରଥମ ଏୟାରପୋର୍ଟ ଡାବୋଲିମରେ ରହିଛି। ନୂଆ ଏୟାରପୋର୍ଟ ସୌର ଶକ୍ତି ପ୍ଲାଣ୍ଟ, ଗ୍ରୀନ ବିଲ୍ଡିଂ, ରନଓ୍ବେ ଏଲଇଡି ଲାଇଟ୍, ବର୍ଷା ଜଳ ଅମଳ ଭଳି ଅନେକ ସୁବିଧା ରହିଛି। ଏଠାରେ ୫ଜି ଭିତ୍ତିଭୂମି ମଧ୍ୟ ରହିଛି। ବିମାନ ବନ୍ଦର ବିଶ୍ବର ସବୁଠୁ ବଡ଼ ବିମାନ ପାର୍କିଂ କରିବାର କ୍ଷମତା ରହିଛି। ବିମାନବନ୍ଦରରେ ୧୪ ଟି ନାଇଟ୍ ପାର୍କିଂ ଫେସିଲିଟି ରହିଛି। ସେଲ୍ଫ ବ୍ୟାଗେଜ୍ ଡ୍ରପ୍ ଫେସିଲିଟି ଉତ୍କୃଷ୍ଟ ଏୟାର ନାଭିଗେସନ ସୁବିଧା ମଧ୍ୟ ରହିଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏୟାରପୋର୍ଟ ୪.୪ ମିଲିୟନ ଯାତ୍ରୀଙ୍କୁ ସେବା ଯୋଗାଇବା ନେଇ ଲକ୍ଷ୍ୟ ରହିଛି ଯାହାକୁ ପରବର୍ତ୍ତୀ ସମୟରେ ୩୩ ଏମପିପିଏ ହେବା ନେଇ ଆଶା କରାଯାଉଛି। ଏଠାରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି ଯେଉଁଠାରେ ସ୍ଥାନୀୟ କାରିଗରଙ୍କ ଦ୍ବାରା ନିର୍ମିତ ସାମଗ୍ରୀ ବିକ୍ରି କରାଯିବ।
ଡାବୋଲିମ ସ୍ଥିତ ଏୟାରପୋର୍ଟରୁ ସିଧାସଳଖ ୧୫ ଟି ଘରୋଇ ବିମାନ ଏବଂ ୬ ଟି ଅନ୍ତର୍ଜାତୀୟ ଉଡ଼ାଣ କରିଥାଏ। ଏବେ ଏହି ନୂଆ ଏୟାରପୋର୍ଟ ସହ ୩୫ ଘରୋଇ ଏବଂ ୧୮ ଅନ୍ତର୍ଜାତୀୟ ଉଡ଼ାଣ କରିବ। ବର୍ତ୍ତମାନ ଡାବୋଲିମ ଏୟାରପୋର୍ଟ ବିମାନବନ୍ଦରର ଯାତ୍ରୀ କ୍ଷମତା ୮.୫ ଏମପିପିଏ ରହିଛି। ମୋପା ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବା ପରେ ଏହା ୧୩ ଏମପିପିଏକୁ ବୃଦ୍ଧି ପାଇବ