ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଶାସକ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ବିରୋଧୀ ଦଳ ଏକାଠି ହେବାରେ ଲାଗିଛନ୍ତି । ଏପରିକି ଦିନକୁ ଦିନ ବିରୋଧୀଙ୍କ ସ୍ୱର ମଧ୍ୟ ଏକ ହେବାରେ ଲାଗିଛି । ସେପଟେ ଦେଶର ସର୍ବପୂରାତନ ଦଳ ତଥା ବିରୋଧୀ କଂଗ୍ରେସକୁ ନେଇ ଏନସିପି ନେତା ଶରଦ ପାୱାର ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ବିରୋଧୀ ଦଳକୁ ଏକାଠି କରିବାବେଳେ କଂଗ୍ରେସକୁ ଅଣଦେଖା କରିବା ଠିକ ହେବ ନାହିଁ ବୋଲି ଶରଦ ପାୱାର କହିଛନ୍ତି । ତେବେ ଅଣ-ବିଜେପି ଦଳଗୁଡ଼ିକୁ ଏକାଠି କରିବା ପାଇଁ ଆମେ ଯେଉଁ ପ୍ରକ୍ରିୟା ଆରମ୍ଭ କରିବାକୁ ଚାହୁଁଛୁ, ଆମେ କଂଗ୍ରେସ ସହିତ ଏହି ପ୍ରକ୍ରିୟାକୁ ଆଗକୁ ନେବାକୁ ଚାହୁଁଛୁ। କଂଗ୍ରେସକୁ ଅଣଦେଖା କରିବା ଠିକ୍ ହେବ ନାହିଁ ବୋଲି ପାୱାର ଗଣମାଧ୍ୟମକୁ କହିଛନ୍ତି।
ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାର୍ଚ୍ଚ ୨୭ ରେ ତାଙ୍କ ଅଣ-ବିଜେପି ପ୍ରତିପକ୍ଷ ତଥା ଅନ୍ୟ ବିରୋଧୀଦଳର ନେତାମାନଙ୍କୁ ଚିଠି ଲେଖି ଏକଜୁଟ ହୋଇ ବିଜେପି ସହ ଲଢ଼ିବାକୁ ଅନୁରୋଧ କରିଥିଲେ। ଏନେଇ ଶରଦ ପାୱାର କହିଛନ୍ତି ଯେ ଆମେ ଅନ୍ୟ ଲୋକଙ୍କ ସହ କଥା ହୋଇନାହୁଁ। ଆମକୁ ୯-୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ପଡିବ । ଆମକୁ ଏକ ସୁବିଧାଜନକ ତାରିଖ ଏବଂ ସଭା ପାଇଁ ଏକ ଭଲ ସ୍ଥାନ ଖୋଜିବାକୁ ପଡ଼ିବ ବୋଲି ପାୱାର କହିଛନ୍ତି। ସେପଟେ ଟିଏମସି ଅଧ୍ୟକ୍ଷ ଭାବରେ ଏହି ଚିଠି ଲେଖିଥିବା ବାନାର୍ଜୀ ଏକ ବୈଠକ ଡକାଇ ବିଜେପିକୁ ନେଇ ଏକଜୁଟ ତଥା ନୀତିଗତ ବିରୋଧର କାରଣ ପାଇଁ ପ୍ରତିଶ୍ରୁତି ଦେବା ପାଇଁ ଏକ ବୈଠକ ଡାକିଛନ୍ତି ଯାହା ଦେଶ ପାଇଁ ଯୋଗ୍ୟ ସରକାର ପାଇଁ ବାଟ ଦେଖାଇବ ବୋଲି ଶରଦ ପାୱାର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।