ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଲକରରୁ ଚୋରି ଅଭିଯୋଗ

କାନପୁର: ବ୍ୟାଙ୍କ ଲକରରୁ ଚୋରି ।୫୦ ଲକ୍ଷ ଟଙ୍କାର ଗହଣା ସମେତ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆଙ୍କ ଲକରରୁ ଚୋରି ଅଭିଯୋଗ ବଢିବାରେ ଲାଗିଛି। ଏ ବାବଦେ ଲକର ମାଲିକ ବ୍ୟାଙ୍କ ମ୍ୟାନେଜରଙ୍କ ପରାମର୍ଶରେ ପୋଲିସ ଏତଲା ରୁଜୁ କରିଛନ୍ତି।

ସେଣ୍ଟ୍ରାଲ ବ୍ୟାଙ୍କ ଲକରରୁ ସାମଗ୍ରୀ ଗାୟବ ଘଟଣା ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ଲକରମାଲିକଙ୍କୁ ଡକାଇ ଯାଞ୍ଚ କରାଯାଉଛି। ଏହି କ୍ରମରେ କାନପୁର କରାଚୀ ଖାନା ଶାଖାରେ ଲକରର ରଖିଥିବା ଅମିତା ଗୁପ୍ତା ତାଙ୍କ ଲକର ଯାଞ୍ଚ କରିବା ବେଳେ ସେଥିରେ ସେ ରଖିଥିବା ସୁନଗହଣା ଓ ଅନ୍ୟ ସାମଗ୍ରୀ ନଥିବା ଦେଖା ଯାଇଛି। ପ୍ରଥମେ ଲକର ଖୋଲି ନଥିଲା ପ୍ରାୟ ଘଣ୍ଟାଏ କାଳ ବ୍ୟାଙ୍କ କର୍ତ୍ତୃପକ୍ଷ ଉଦ୍ୟମ କରିବା ବେଳେ ଲକର ଖୋଲିଥିଲେ ବି ସେଥିରେ କିଛି ସାମଗ୍ରୀ ନଥିବା ଦେଖିଥିଲେ।

ନିକଟରେ ଅମିତା ତାଙ୍କ ଲକର ଚେକ କରି ଯାଇଥିଲେ। ସେଥିରେ ଥିବା ସମସ୍ତ ସାମଗ୍ରୀ ଯଥା ସୁନା ଗହଣା, କିଛି ଡଲାର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଠିକଠାକ୍ ଥିବା ଦେଖି ଯାଇଥିଲେ। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଫୋନ କଲ ପାଇ ସେ ଲକର ଯାଞ୍ଚ ପାଇଁ ଆସିଥିବା ବେଳେ ସେଥିରୁ ସବୁ ଗାୟବ ଥିବା ଦେଖା ଯାଇଛି।ଏହି ଲକରରେ ଗୁପ୍ତା ରଖିଥିବା ସୁନା ଗହଣାର ରସିଦ ସେ ତାଙ୍କ ପାଖରେ ରଖିଛନ୍ତି। ରସିଦେର ଥିବା ସୁନାଗହଣାର ମୂଲ୍ୟ କ୍ରୟ ବେଳେ ୨୨ ଲକ୍ଷ ଟଙ୍କା ଥିଲା ଯାହାର ଏବେକା ଆନୁମାନିକ ମୂଲ୍ୟ ୫୦ରୁ ୫୫ ଲକ୍ଷ ଟଙ୍କା ହୋଇପାରେ ବୋଲି ଆକଳନ କରାଯାଉଛି। ଏହା ଛଡା ସେ ଲକରରେ ୫୦୦ ଡଲାର ମଧ୍ୟ ରଖିଥିଲେ ସ୍ୱର୍ଣ୍ଣଳଙ୍କାର ସହ ତାହା ମଧ୍ୟ ଗାୟବ ହୋଇଯାଇଛି।

ଅମିତା ଗୁପ୍ତା ୨୦୧୫ ମସିହାରୁ ବ୍ୟାଙ୍କରେ ତାଙ୍କର ଲକର ଅପରେଟ କରୁଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଏବେ ଗ୍ରାହକଙ୍କୁ ଫୋନ କରି ସେମାନଙ୍କ ଲକର ଯାଞ୍ଚ କରିବାକୁ କହୁଛନ୍ତି। ବ୍ୟାଙ୍କର ୧ ହଜାର ୧୪୧ ଲକରରୁ ଏବେ ୫୦୭ଟି ଅପରେଟ ହେଉଛି। ଏବେ ବ୍ୟାଙ୍କ କର୍ତ୍ତୃପକ୍ଷ ଫୋନ କରିବା ପରେ ୨୭୦ ଜଣ ଗ୍ରାହକ ଆସି ସେମାନଙ୍କ ଲକର ଯାଞ୍ଚ କରି ଫେରିଥିବା ବେଳେ ଅମିତା ଗୁପ୍ତାଙ୍କ ଲକରରୁ ସାମଗ୍ରୀ ଗାୟବ ରହିବା ଦ୍ୱିତୀୟ ମାମଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ଲକର ରୁ ଚୋରି କୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।

Related Posts