ହିନ୍ଦୁତ୍ୱକୁ ନେଇ ଯୋଗୀଙ୍କୁ ଟକ୍କର ଦେବା ଭଳି ଦଳ କିଏ ତାହା ସମସ୍ତେ ଜାଣିଛନ୍ତି: ଆଦିତ୍ୟ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ସରକାରରେ ପରିବେଶ ଓ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଏକ ବୟାନ ସାରା ଦେଶର ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସେପଟେ ତାଙ୍କ ବିଭାଗ ବିଷୟରେ କହିଥିଲେ ଯେ ଅଧିକାଂଶ ରାଜ୍ୟ ପର‌୍ୟ୍ୟଟନ ଏବଂ ପରିବେଶ ଉପରେ ଧ୍ୟାନ ଦିଅନ୍ତି ନାହିଁ । ଏହାକୁ ଏକ ପାର୍ଶ୍ୱ ପୋର୍ଟଫୋଲିଓ ଭାବରେ ବିବେଚନା କରାଯାଏ ବୋଲି କହିଛନ୍ତି । ଏହା ମଧ୍ୟରେ ଯୋଗୀ ଆଦିତ୍ୟନାଥ ରାଜନୀତି ଜଗତର ହିନ୍ଦୁତ୍ୱର ସବୁଠାରୁ ବଡ଼ ପ୍ରତୀକ କି ? ତାଙ୍କ ଟକ୍କର ଦେବା ଭଳି ଦେଶରେ ରାଜନୈତିକ ଦଳ ଅଛନ୍ତି କି ? ଏଭଳି ଅନେକ ପ୍ରଶ୍ନ ତାଙ୍କୁ ଏକ କାର୍ଯ୍ୟକ୍ରମରେ ପଚରାଯାଇଥିଲା । ତେବେ ଏସବୁ ପ୍ରଶ୍ନର ଉତ୍ତର ସମସ୍ତେ ଭିନ୍ନ ଭିନ୍ନ ଦେବେ । ପ୍ରତ୍ୟେକ ରାଜ୍ୟର ନିଜର ଆବଶ୍ୟକତା ରହିଛି । ଯୋଗୀ ଉତ୍ତରପ୍ରଦେଶରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି । ଉତ୍ତରପ୍ରଦେଶରେ ଆମେ ମଧ୍ୟ ଆମ ଦଳ ପାଇଁ ପ୍ରଚାର କରିଥିଲୁ କିନ୍ତୁ ଆମେ ସଫଳ ହୋଇନାହୁଁ ବୋଲି ଆଦିତ୍ୟ ଠାକରେ କହିଛନ୍ତି ।

ଏହା ସହ ଫାୟାରବ୍ରାଣ୍ଡ ହିନ୍ଦୁ ନେତା ଯୋଗୀ ଆଦିତ୍ୟନାଥଙ୍କୁ ଟକ୍କର ଦେବାକୁ ଅନ୍ୟ କୌଣସି ନେତା ଅଛନ୍ତି କି? ଯେତେବେଳେ ଆଦିତ୍ୟ ଠାକରେଙ୍କୁ ଏହି ପ୍ରଶ୍ନ ପଚରାଗଲା, ସେ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ ଏହା ସବୁ ପ୍ରଚାରର କଥା। ବାସ୍ତବତା କ’ଣ ଏବଂ ପାର୍ଟି କ’ଣ ଜାରି ରଖେ ତାହା ସମସ୍ତେ ଜାଣନ୍ତି ଜ୍ଝଆଦିତ୍ୟ ଠାକରେ କହିଛନ୍ତି ଯେ ଯେଉଁ ରାଜ୍ୟରେ ଏହା ଆବଶ୍ୟକ, ନେତାମାନେ ସେମାନଙ୍କୁ ଚୟନ କରି ଆସନ୍ତି। ଯଦି କୌଣସ ହିନ୍ଦୁ ନେତା ଅନ୍ୟ ଦଳରୁ ନିର୍ବାଚିତ ହୋଇ ରାଜ୍ୟକୁ ଆସନ୍ତି । ତାହାଲେ ସେ ହିନ୍ଦୁ ନୁହଁନ୍ତି କି ? ଯଦି ଜଣେ ରାଜ୍ୟର ନେତା ହିନ୍ଦୁ ନୁହଁନ୍ତି, ତେବେ ଏହା ତାଙ୍କ ଦୋଷ କି ? ଗଣତନ୍ତ୍ର ବିଷୟରେ ଆଦିତ୍ୟ ଠାକରେ କହିଛନ୍ତି ଯେ ଆମର ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ବିଚାରାଧାରା ପାର୍ଟି ରହିଛି ।

Related Posts