‘ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା’: ନବ ଦାସଙ୍କ ହତ୍ୟା ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବଙ୍କ ହତ୍ୟା ନେଇ କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା। ଏହାପଛରେ ନିଶ୍ଚୟ କିଛି ଗୁଢ଼ ରହସ୍ୟ ଥିବ। ଏହା ସାଧାରଣ ହତ୍ୟାକାଣ୍ଡ ନୁହେଁ। ହତ୍ୟାକାରୀକୁ ମାନସିକ ରୋଗୀ କୁହାଯିବା ବିଶ୍ୱାସଯୋଗ୍ୟ ନୁହେଁ। ଯଦି ହତ୍ୟାକାରୀ ମାନସିକ ରୋଗୀ, ତେବେ ହତ୍ୟା ପାଇଁ ସରକାର ଦାୟୀ।

ସେଭଳି ଲୋକଙ୍କୁ କାହଁକି ସୁରକ୍ଷା ଦାୟିତ୍ୱରେ ରଖାଗଲା ? ପୁଲିସ ଯଦି ଅପରାଧିଙ୍କୁ ସାଲ୍ୟୁଟ ମାରିବ, ତେବେ ଅପରାଧ ନିୟନ୍ତ୍ରଣ କିପରି କରିବ। ଏହି ହତ୍ୟାରୁ ପ୍ରମାଣିତ ହେଲା ଯେ ରାଜ୍ୟରେ ଗୁଇନ୍ଦା ବିଭାଗ କାମ କରୁନାହିଁ। ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ହୋଇନି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ରାଜ୍ୟର ମନ୍ତ୍ରୀମାନଙ୍କୁ ଠିକ୍ ଭାବେ ସୁରକ୍ଷା ଦିଆଯାଉନାହିଁ କିମ୍ବା ଏଥିରେ ଚରମ ଅବହେଳା ହୋଇଥିବା ଏଥିରୁ ପ୍ରମାଣିତ ହୋଇଛି। ଏହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ନରସିଂହ କହିଛନ୍ତି।

Related Posts