
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲମ୍ବିତ | ନକଲି ସାର୍ଟଫିକେଟ ଦେଇ ସରକାରୀ ଚାକିରି କରିବା ପ୍ରଧାନଶିକ୍ଷକଙ୍କୁ ମହଙ୍ଗା ପଡିଛି । ଶେଷରେ ନିଲମ୍ବିତ ହୋଇଛନ୍ତି ପ୍ରଧାନ ଶିକ୍ଷକ । ନିଲମ୍ବିତ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରା |
ସୁଶିଲ ବେହେରା ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଯାଞ୍ଚ ପରେ ଏହା ସତ୍ୟ ବୋଲି ଜଣା ପଡ଼ିଥିଲା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି ।
ଏନେଇ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାର କହିଛନ୍ତି, ସୁଶିଲ ବେହେରାଙ୍କ ବିଏଡ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏପରି ଘଟଣା ନଜରକୁ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ |
ସରକାର ବାରମ୍ବାର ନକଲି ସାର୍ଟିଫିକେଟ୍ ଯାଞ୍ଚ କରିବା ପରେ ମଧ୍ୟ ଏବେ ବି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରେ ମାଳ ମାଳ ଶିକ୍ଷକ ନକଲି ପାର୍ଟିଫିକେଟ ଦେଇ ଚାକିରୀ କରି ଆସୁଥିବା ଅଭିଯୋଗ ହେଉଛି ।