ରାୟଗଡ଼ାରେ ପ୍ରତିଷ୍ଠା ହେବ ରେଳବାଇ ଡିଭିଜନ: ୧୦ ହଜାରରୁ ଅଧିକ ଲୋକ ହୋଇଯିବେ ବାସହରା

ରାୟଗଡ଼ା : ରାୟଗଡ଼ାରେ ପ୍ରତିଷ୍ଠା ହେବ ରେଳବାଇ ଡିଭିଜନ | ସେନେଇ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଯାଇଥିବା ବେଳେ, ଡିଭିଜନ କାର୍ଯ୍ୟାଳୟ ପାଇଁ ରାୟଗଡ଼ା ସହର ଭିତରେ ରହିଥିବା ଅନେକ ବସ୍ତି ଉଚ୍ଛେଦ କରାଯିବ। ବସ୍ତି ଉଚ୍ଛେଦ ନେଇ ରେଳବାଇ ପକ୍ଷରୁ ସୂଚନା ଜାରି କରାଯିବା ସହ ବାରମ୍ବାର ଘୋଷଣା ମଧ୍ୟ କରାଯାଇଛି। ଏଭଳି ସ୍ଥିତିରେ ବସ୍ତିରେ ରହୁଥିବା ପ୍ରାୟ ୧୦ ହଜାରରୁ ଅଧତ୍କ ଲୋକ କେଉଁ ଆଡ଼େ ଯିବେ ଓ କେଉଁଠି ରହିବେ ସେନେଇ ଚିନ୍ତାରେ ଅଛନ୍ତି

ରାୟଗଡା ସହର ଭିତରେ ଥିବା ରେଳବାଇର ଶତାଧତ୍କ ଏକର ଜମିରେ ଗଢ଼ି ଉଠିଛି ପ୍ରାୟ ୧୦ଟି ବସ୍ତି। ଦୀର୍ଘ ୫ ଦଶନ୍ଧିରୁ ଅଧତ୍କ ସମୟ ହେବ ଏହି ବସ୍ତି ରହିଥିବା ବେଳେ ବର୍ତ୍ତମାନ ରେଳ ଡିଭିଜନ କାର୍ଯ୍ୟାଳୟ ପାଇଁ ସେଗୁଡ଼କି ଉଚ୍ଛେଦ କରାଯିବ। ରେଳ ଷ୍ଟେସନକୁ ଲାଗିଥିବା ବସ୍ତିରୁ ଆରମ୍ଭ କରି ଅନ୍ୟାନ୍ୟ ଯେଉଁସବୁ ବସ୍ତି ରହିଛି ସେଗୁଡ଼କି ଉଚ୍ଛେଦ ନେଇ ଲଗାତାର ଭାବେ ରେଳବାଇ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବବୋଲି ରେଳବାଇ କର୍ତ୍ତୃପକ୍ଷ ବସ୍ତି ଗୁଡ଼କିରେ ଶେଷ ଚେତାବନୀ ଦେଇଛି । ଯଦି ଘୋଷଣା ପରେ ନିଜସ୍ବ ଉଦ୍ୟମରେ ବସ୍ତି ଖାଲି କରାନଯାଏ ତେବେ ବସ୍ତି ଗୁଡ଼କି ଭାଙ୍ଗିବା ପାଇଁ ରେଳ ବିଭାଗ ମଧ୍ୟ ନିଷ୍ପତି ନେଇଛି।

ହେଲେ ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି ହଜାର ହଜାର ବସ୍ତି ବାସିନ୍ଦା। ପୁରୁଷାନୁକ୍ରମେ ବସ୍ତିରେ ରହି ଜୀବନ ବିତାଇ ଆସୁଥିବା ବେଳେ ବର୍ତ୍ତମାନ ଉଚ୍ଛେଦ କରାଗଲେ କେଉଁ ଆଡ଼େ ଯିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ରେଳବାଇ ଜମିରେ ଗଢ଼ି ଉଠିଥିବା ବସ୍ତି ଗୁଡ଼କିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାଗା ମିଶନ ଜରିଆରେ ପଟ୍ଟା ପ୍ରଦାନ କରାଯାଇଛି। ଏଭଳିକି ସେହି ସ୍ଥାନ ଗୁଡ଼କିରେ ରାସ୍ତା, ପାନୀୟ ଜଳ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ହୋଇଛି । ହେଲେ ସେହି ପଟ୍ଟାକୁ ଧରି ପ୍ରଦର୍ଶନ କଲେ ମଧ୍ୟ ରେଳବାଇ କର୍ତୃପକ୍ଷ ତାହା ଗ୍ରହଣ କରୁନାହାନ୍ତି । ଫଳରେ ବସ୍ତି ବାସିନ୍ଦାଙ୍କୁ ସରକାର ଠକି ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ବସ୍ତି ଲୋକେ ଜାଗା ମିଶନ ଫଳକରେ କଳା ବୋଳିବା ସହ ତାହା ଭାଙ୍ଗିବା ପାଇଁ ଉଦ୍ୟମ କରିଛନ୍ତି । ସରକାର ଫଳକ ଲଗାଇ ମିଥ୍ୟା ତଥ୍ୟ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ଫଳକ କଣ ପାଇଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ବାରମ୍ବାର ଉଚ୍ଛେଦ ନୋଟିସ ପାଇବା ପରେ ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହିତ ପୌର ଏବଂ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ଥଇଥାନ ନିମେନ୍ତେ ନିବେଦନ କରିଛି। ସହରର ଯେ କୌଣସି ସ୍ଥାନରେ ସେମାନଙ୍କୁ ରହିବା ପାଇଁ ଜାଗା ଦିଆଯାଉ ବୋଲି ସେମାନେ ଦାବୀ କରିଛନ୍ତି।

Related Posts