ମୃତ ଅଧ୍ୟାପକଙ୍କ ପେନସନ ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୃତ ଅଧ୍ୟାପକଙ୍କ ପେନସନ ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁସୁରୀ ନିକଟସ୍ଥ ସାଆଁଳପୁର ଆଇଜିଏମ୍ କଲେଜର ସେକ୍ସନ ଅଫିସର୍ ପ୍ରଭାତ ନାୟକ ନାମକ ଏହି କଲେଜର ଅବସରପ୍ରାପ୍ତ ମୃତ ଅଧ୍ୟାପକ ପ୍ରଫୁଲ୍ଲ ପୃଷ୍ଟିଙ୍କର ପେନସନ ଟଙ୍କା ମଞ୍ଜୁର କରାଇ ଦେବା ପାଇଁ ତାଙ୍କ ପୁଅଙ୍କ ଠାରୁ ଭଦ୍ରକର ଆରଡ଼ି ଛକ ନିକଟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏଠାରେ ପୂର୍ବରୁ ପ୍ରସ୍ତୁତି ଥିବା ଭଦ୍ରକ ଭିଜିଲାନ୍ସ ଟିମ ପ୍ରଭାତଙ୍କୁ ଧରିଥିଲା। ସେଠାରୁ ତାଙ୍କୁ ଗିରଫ କରି ଭଦ୍ରକ ଭିଜିଲାନ୍ସ ଅଫିସକୁ ନେଇ ଅଧିକ ପଚରାଉଚରା କରୁଛି।

ପ୍ରଭାତ ମଧ୍ୟ ପୂର୍ବରୁ କାମ କରାଇଦେବା କହି ବହୁଥର ଟଙ୍କା ନେଇଥିଲେ । ଶେଷରେ ଆଜି ବାଲେଶ୍ୱରରୁ ଫେରିବା ବେଳେ ଆରଡ଼ି ଛକ ନିକଟରେ କାର ଅଟକାଇ ପୋଲ ତଳେ ମୃତକଙ୍କ ପୁଅଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିଲେ । ପୂର୍ବ ଯୋଜନା ମୁତବିକ ଭିଜିଲାନ୍ସର କର୍ମଚାରୀମାନେ ଲୁଚି ରହିଥିଲେ ଓ ଟଙ୍କା ନେବା ମାତ୍ରକେ ପ୍ରଭାତ ନାୟକଙ୍କୁ ଧରିଥିଲେ । ତେବେ ଭିଜିଲାନ୍ସ ଅଫିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts