ଆସନ୍ତା ୧୫ ତାରିଖ ଯାଏଁ ଛେଚିବ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୫ ତାରିଖ ପରେ ବର୍ଷା କମିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୧୩ ତାରିଖରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଏହାର ପ୍ରଭାବରେ ୧୩ ଓ ୧୪ ଦୁଇ ଦିନ ଅଧିକ ବର୍ଷା ରହିବ। ଏହିସମୟରେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏଣେ ଆଗାମୀ ୧୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରୁଛି ପାଣିପାଗ ବିଭାଗ।

ଚଳିତ ମୌସୁମୀ ଋତୁରେ ଜୁନରୁ ଆଜି ଯାଏଁ ରାଜ୍ୟରେ ୬୬୭ ମିମି ବର୍ଷା ରେକର୍ଡ ହୋଇଛି। ତେବେ ମୟୁରଭଞ୍ଜ,ସୁନ୍ଦରଗଡ଼, ସୋନପୁର, ଝାରସୁଗୁଡାରେ ଏବେ ବି ବର୍ଷାର ପରିମାଣର କମ୍ ରହିଛି। କିନ୍ତୁ ଅନ୍ୟସବୁ ଜିଲ୍ଲା‌ରେ ବର୍ଷାର ମାତ୍ରା ସ୍ବାଭାବିକ ହୋଇଛି।

ଏଣେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପର୍ଯ୍ୟାୟ କ୍ରମେ ଆଜି ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍ ଖୋଲିଥିବାର ସୂଚନା ରହିଛି।

Related Posts