ଅଣ ମୁସଲିମ ଲୋକଙ୍କୁ ନାଗରିକତା ଦେବାକୁ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା ଆଇୟୁଏମ୍ଏଲ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମେ 28 ରେ କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ଅନୁରୋଧକୁ ଅନୁମୋଦନ କରିବାକୁ ସରକାର ଏକ ଗ୍ୟାଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ମୁତାବକ ଜିଲ୍ଲା ଅଧିକାରୀ ମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାର କ୍ଷମତା ପ୍ରଦାନ କରିଛି। ଧର୍ମ ଆଧାରରେ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାକୁ ବିବାଦୀୟ ନାଗରିକତା (ସଂଶୋଧନ) ଅଧିନିୟମ (CAA) ର “ମାଲଫାଇଡ୍ ଡିଜାଇନ୍” କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏହା ଏକ ଚାଲ୍ ବୋଲି ଆଇୟୁଏମ୍ଏଲ୍ କହିଛି। CAA ଅନୁଯାୟୀ, ଯେଉଁମାନେ ଡିସେମ୍ବର 31, 2014 ସୁଦ୍ଧା ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଅଣ-ମୁସଲମାନ ନିର୍ଯାତିତ ସଂଖ୍ୟାଲଘୁ – ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭାରତ ଆସିଥିଲେ ସେମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ । IUML କହିଛି ଯେ ସୁପ୍ରିମକୋର୍ଟରେ CAA କୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି । ସରକାର ଏହି ଅଧିନିୟମ ଅନୁଯାୟୀ ନିୟମାବଳୀ ଏପର୍ଯ୍ୟନ୍ତ ପ୍ରସ୍ତୁତ କରି ନଥିବା ହେତୁ କୋର୍ଟ CAA ର ରହଣିରୁ ଦୂରେଇ ରହିବାକୁ ଆଶ୍ବସନା ଦେଇଥିଲେ। 2019 ରେ CAA ଲାଗୁ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଗତ ବର୍ଷ ଫେବୃଆରୀରେ ରାଜଧାନୀ ଦିଲ୍ଲୀରେ ଦଙ୍ଗା ମଧ୍ୟ ହୋଇଥିଲା। ଆଇୟୁଏମ୍ଏଲ୍ କହିଛି ଯେ ଯଦି CAA ବିରୋଧରେ ସୁପ୍ରିମକୋର୍ଟ ରାୟ ଦିଅନ୍ତି ତେବେ ଏହାକୁ ରଦ୍ଦ କରିବା କଷ୍ଟକର ହେବ। ଧର୍ମ ଆଧାରରେ ନାଗରିକତ୍ୱ ପାଇଁ ଆବେଦନ କରିବା ବେଆଇନ ଥିଲା। ଏହି ଆଦେଶ “ ସମ୍ବିଧାନର ଧାରା 14 ର ଉଲଂଘନ ” ବୋଲି ଏଥିରେ ଦର୍ଶାଯାଇଛି। ଆବେଦନରେ କୁହାଯାଇଛି, “ଯଦି ଏହି ଆଦେଶ କାର୍ଯ୍ୟକାରୀ ହୁଏ ଏବଂ ନାଗରିକମାନଙ୍କୁ ସେମାନଙ୍କର ଧର୍ମ ଆଧାରରେ ନାଗରିକତ୍ୱ ଦିଆଯାଏ, ଏବଂ ତା’ପରେ, ଯଦି କୋର୍ଟ ନାଗରିକତ୍ୱ ସଂଶୋଧନ ଅଧିନିୟମ ଏବଂ ନିୟମକୁ ରଦ୍ଦ କରନ୍ତି, (ଯେଉଁଥିରେ ଧର୍ମ ଆଧାରରେ ନାଗରିକତା ପ୍ରଦାନ କରାଯିବ ) ତା’ପରେ, ମେ 28 କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ରଦ୍ଦ କରିବା ଅସମ୍ଭବ ହୋଇପାରେ ”। ସୂଚନାଯୋଗ୍ୟ ମେ ୨୮ ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଗୁଜୁରାଟ, ଛତିଶଗଡ, ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବର ୧୩ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି କ୍ଷମତା ଦିଆଯାଇଛି। ବିଜ୍ଞପ୍ତିରେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କୁ ନାଗରିକତ୍ବ ଅନୁରୋଧ କରିବା ପାଇଁ ଅନୁମତି ଦିଆଯାଇଛି। ନାଗରିକତା ପାଇଁ ଅନଲାଇନରେ ଆବେଦନପତ୍ର ଦାଖଲ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ନାଗରିକତ୍ୱ ଅଧିନିୟମ 1955 ଏବଂ ନାଗରିକତ୍ୱ ନିୟମ 2009 ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା । ବିଜ୍ଞପ୍ତିରେ ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି – ଗୁଜୁରାଟର ମୋର୍ବି, ରାଜକୋଟ, ପାଟନ ଏବଂ ବଡୋଦରା । ସେହିପରି ଛତିଶଗଡର ଦୁର୍ଗ ଏବଂ ବଲୋଦବାଜର୍ । ରାଜସ୍ଥାନର ଜାଲୋର, ଉଦୟପୁର, ପାଲି, ବାରମର୍ ଏବଂ ସିରୋହି । ହରିୟାଣାର ଫରିଦାବାଦ ଏବଂ ପଞ୍ଜାବର ଜଲନ୍ଦର।

Related Posts