ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ କୋର୍ଟଙ୍କ ଝଟକା; ଅସୁସ୍ଥ ମା’ଙ୍କୁ ଦେଖିବାକୁ ଯିବାପାଇଁ ମିଳିଲା ନାହିଁ ଅନୁମତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ କୋର୍ଟଙ୍କ ଝଟକା ଲାଗିଛି । ସେ ତାଙ୍କ ଅସୁସ୍ଥ ମା’ଙ୍କୁ ଡିସେମ୍ବର ୨୫ରୁ ଜାନୁଆରି ୫ ପର୍ଯ୍ୟନ୍ତ ଦେଖିବାକୁ ବାହାରିନ୍‌ ଯିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ତେବେ ଦିଲ୍ଲୀର ଏକ କୋର୍ଟ ତାଙ୍କର ଏହି ଆବେଦନକୁ ଖାରଜ କରି ବିଦେଶ ଯିବାକୁ ଅନୁମତି ଦେଇନାହାନ୍ତି।

ଜ୍ୟାକଲିନଙ୍କ ଏହି ଆବେଦନକୁ ନେଇ କୋର୍ଟ କହିଛନ୍ତି ଯେ, ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଜ୍ୟାକଲିନଙ୍କ ମାମଲାର ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ଅଛି। ସେଥିପାଇଁ ପ୍ରଥମେ ଚାର୍ଜଗୁଡିକ ଫ୍ରେମ କରାଯାଉ। ତା’ପରେ ଜ୍ୟାକଲିନ ବିଦେଶ ଯାଇ ପାରିବେ କି ନାହିଁ ତା’ ଉପରେ ନିଷ୍ପତ୍ତି ନିଆଯିବ। ଏଥିସହିତ କୋର୍ଟ କହିଛନ୍ତି ଜ୍ୟାକଲିନ ତାଙ୍କ ମା’ଙ୍କ ଏଭଳି ଅବସ୍ଥା ସମୟରେ ଦେଖା କରିବା ବି ଉଚିତ, କିନ୍ତୁ କିଛିଟା ନିୟମ ହେତୁ ତାଙ୍କର ଏଭଳି ଆବେଦନକୁ ମଞ୍ଜୁରୀ ଦିଆଯାଇ ପାରୁନାହିଁ। ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୭ ତାରିଖରେ ଦାଖଲ ହୋଇଥିବା ଚାର୍ଜସିଟରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବରେ ନାମିତ କରିଥିଲେ। ଜ୍ୟାକ୍‌ଲିନ୍ ଚନ୍ଦ୍ରଶେଖରଙ୍କଠାରୁ ମହଙ୍ଗା କାର ଏବଂ ଅନ୍ୟାନ୍ୟ ଉପହାର ନେଇଥିଲେ। ଯାହାକୁ ସେ ପରବର୍ତ୍ତୀ ସମୟରେ ସ୍ବୀକାର ବି କରିଥିଲେ। ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ଜାମିନକୁ ନେଇ ନିଷ୍ପତ୍ତି ଶୁଣାଇ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହାପରେ କୋର୍ଟ ଜ୍ୟାକଲିନଙ୍କ ସାମ୍ନାରେ କିଛି ସର୍ତ୍ତି ରଖିଥିଲେ। ଏହି ସର୍ତ୍ତ ଅନୁଯାୟୀ ଅଭିନେତ୍ରୀ କୋର୍ଟଙ୍କ ଅନୁମତି ନେଇ କିଛିଦିନ ପାଇଁ ଦେଶ ବାହାରକୁ ସହଜରେ ଯାଇ ପାରିବେ, କିନ୍ତୁ ସବୁଦିନ ପାଇଁ ଦେଶ ଛାଡ଼ି ପାରିବେ ନାହିଁ ବୋଲି କୁହାଯାଇଥିଲା।

Related Posts