ବଢ଼ିଲା ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡ଼ୁଆ: ଠକ ସୁକେଶର ଅପରାଧିକ ମାମଲା ଓ ବିବାହ ବିଷୟରେ ଜାଣିଥିଲେ ଜାକଲିନ: ଇଡି

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡ଼ୁଆ ଆହୁରି ବଢି ଯାଇଛି । ଠକ ସୁକେଶ ଚନ୍ଦ୍ରଶେଖର ସହ ଥିବା ସମ୍ପର୍କ ଏବେ ଭାରୀ ପଡ଼ିବାରେ ଲାଗିଛି। ୨୦୦କୋଟିର ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଜାକଲିନଙ୍କୁ ସମନ ଜାରି କରାଯାଇଥିବା ବେଳେ ଏବେ ଆଉ ଏକ ବଡ଼ ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଚାଲିଥିବା ଅପରାଧିକ ମାମଲା ବ୍ୟତୀତ ସୁକେଶଙ୍କ ବିବାହ ବିଷୟରେ ଜାକଲିନଙ୍କ ସବୁ ଜାଣିଥିଲେ। ସବୁ ଜାଣି ବି ସେ ତାଙ୍କ ସହ ସମ୍ପର୍କ ରଖିଥିଲେ ବୋଲି କହିଛି ଇଡି।

ତେବେ ୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଦର୍ଶାଇ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟକୁ ଅନୁଧ୍ୟାନ କଲାପରେ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଅଦାଲତ। ଏଥିସହ ଆସନ୍ତା ସେପ୍ଟେଟର ୨୬ରେ ଏହି ମାମଲାରେ ଅଦାଲତରେ ହାଜର ହେବାକୁ ତାଙ୍କ ଉପରେ ସମନ ଜାରି କରିଛନ୍ତି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ୨୧୫ କୋଟି ଟଙ୍କା ଦାଦାବଟି ଆଦାୟ ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରିଥିଲା। ଏବଂ ଚଳିତ ମାସ ପ୍ରାରମ୍ଭରେ ଇଡି ବଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା।

ବଟି ଆଦାୟ ଅର୍ଥରେ ସୁକେଶ ଚନ୍ଦ୍ରଶେଖର ଫର୍ଣ୍ଣାଡିଜ୍‌ଙ୍କୁ ୫.୭୧ ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି। ଏହାଛଡ଼ା, ସେ ଫର୍ଣ୍ଣାଡିଜ୍‌ଙ୍କ ପରିବାର ଲୋକଙ୍କୁ ପ୍ରାୟ ୧୭୩,୦୦୦ ଆମେରିକୀୟ ଏବଂ ୨୭,୦୦୦ ଅଷ୍ଟ୍ରେଲୀୟ ଡଲାର୍‌ ପାଣ୍ଠି ଆକାରରେ ଦେଇଛନ୍ତି ବୋଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଆକଳନ କରିଛି ।

Related Posts