ନୂଆଦିଲ୍ଲୀରେ ୧୬ଟି ଦେଶର ରାଷ୍ଟ୍ରଦୂତ ଓ ଶିଳ୍ପପତି ତଥା ନିବେଶକମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆଦିଲ୍ଲୀରେ ୧୬ଟି ଦେଶର ରାଷ୍ଟ୍ରଦୂତ ଓ ଶିଳ୍ପପତି ତଥା ନିବେଶକମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀର କନଟପ୍ଲେସ ନିକଟରେ ଅବସ୍ଥିତ ଲି’ ମେରିଡିଆନ ହୋଟେଲରେ ଆୟୋଜିତ ହୋଇଥିଲା ମେକ ଇନ ଓଡ଼ିଶା କନକ୍ଲେଭର କର୍ଟନ ରେଜର କାର୍ଯ୍ୟକ୍ରମ । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ମେକ-ଇନ-ଓଡ଼ିଶା ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାରେ ବ୍ୟବସାୟର ସୁନ୍ଦର ସମ୍ଭାବନା, ଓଡ଼ିଶାର ଅନୁକୂଳ ବ୍ୟବସାୟ ବାତାବରଣ, ବ୍ୟବସାୟ ବାତାବରଣକୁ ସରଳ କରିବାକୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି । ଏହା ସହିତ ସେ ରାଷ୍ଟ୍ରଦୂତ ଓ ଶିଳ୍ପପତିମାନଙ୍କୁ ଆସନ୍ତା ନଭେମ୍ବର-ଡିସେମ୍ବର ମାସରେ ଆୟୋଜିତ ୩ୟ ମେକ-ଇନ-ଓଡ଼ିଶା ସମ୍ମିଳନୀକୁ ଆମନ୍ତ୍ରଣ ଜଣାଇଛନ୍ତି ।

ଏହି ଅବସରରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ମେକ ଇନ ଓଡ଼ିଶା ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ।

Related Posts