ଜୈଶ-ଇ-ମହମ୍ମଦ ମୁଖିଆ ଜିନ୍ଦା ହେ

ନୂଆଦିଲ୍ଲୀ: ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଆଝାରର ମୃତ୍ୟୁ ହୋଇଛି । ଖବର ସରବରାହ ସଂସ୍ଥା ଆଇଏଏନଏସ ଏହା ଦାବି କରିଛି । ଗତକାଲି ଅପରାହ୍ନ 4ଟାରେ ଏହି ଖବର ନିଜ ଓ୍ବେୂବସାଇଟରେ ତଥ୍ୟ ରଖିଛି । ତେବେ ଏହା ସତ ନା ମିଛ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । କାରଣ ପାକିସ୍ତାନ ଗଣମାଧ୍ୟମ କିମ୍ବା ସରକାରୀ ଅଧିକାରୀ ଏ ନେଇ କୌଣସି ତଥ୍ୟ ରଖି ନାହାନ୍ତି ।

ସୂଚନା ରହିଛି କି ସିଏନଏନକୁ ଏକ ସାକ୍ଷାତକାରରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏକ ସାକ୍ଷାତକାର ଦେଇଥିଲେ । ଯେଉଁଥିରେ ମାସୁଦ ଅଜହର କିଡନୀ ରୋଗରେ ଆକ୍ରାନ୍ତ ଥିବା କହିଥିଲେ । ତେବେ ଏ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା କି ଆତଙ୍କବାଦୀ ମାସୁଦର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ।

ମାସୁଦ ଆଝାରଙ୍କ ମୃତ୍ୟୁ ଖବରକୁ ନେଇ ଟୁଇଟରରେ ଏକାଧିକ ଟୁଇଟ କରାଯାଉଛି। କେହି କେହି ଏହି ଘଟଣାକୁ ନେଇ ପ୍ରଶ୍ନ କରୁଥିବା ବେଳେ କିଛି ବ୍ୟବହାରକାରୀ ଭାରତ ତରଫରୁ ବାଲାକୋଟରେ କରାଯାଇଥିବା ବାୟୁସେନା ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରିଛନ୍ତି। ସେହିପରି ଅନେକ ଏହାକୁ ପାକିସ୍ତାନର ଚାଲ୍‌ ବୋଲି କହିଛନ୍ତି। ପାକିସ୍ତାନ ଉପରେ ଆତଙ୍କବାଦୀ ପ୍ରସଙ୍ଗରେ ଅନେକ ଦେଶ ଚାପ ପକାଉଛନ୍ତି । ତେଣୁ ଭାରତ ଓ ଅନ୍ୟାନ୍ୟ ଦେଶ ନଜରରେ ଭଲ ହେବା ପାଇଁ ଏପରି ଏକ ଭ୍ରମାତ୍ମକ ଖବର ପାକିସ୍ତାନ ରଚନା କରିଥାଇପାରେ ବୋଲି ମଧ୍ୟ ଆକଳନ କରାଯାଉଛି ।

ସେପଟେ କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ ମାସୁଦ ଅଜହର ବଞ୍ଚିଛି । ବାଲାକୋଟ ପରିବର୍ତ୍ତେ ଠିକଣା ସ୍ଥାନ ପରିବର୍ତ୍ତନ କରାଯାଇଛି ।

Related Posts