
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯାଜପୁର ଜିଲ୍ଲାର କୁଳାଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁର ନରବଳୀ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଏହି ମାମଲାର ଶୁଣାଣି କରି ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ। ୨୦୧୫ ମସିହା ଫେବ୍ରୁଆରି ମାସ ୨୬ ତାରିଖରେ ଏକ ନରବଳି ଘଟଣା ଘଟିଥିଲା। ଏହି ଘଟଣାରେ ଯାଜପୁର କୁଆଖିଆ ଥାନାରେ ୨୯/୨୦୧୫ ରେ ଏକ ମାମଲା ରୁଜୁ ହୋଇ ବିଚାରାଧୀନ ଥିଲା।
ଆଜି ଏହି ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆସାମୀ ଦୀପକ ବାରିକକୁ ଆଜୀବନ କାରାଦଣ୍ଡାଦେଶ ସହ ୩୫ ହଜାର ଟଙ୍କା ଜରିମାନା ସହ ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ସେହି ଗାଁର ଅଭିଷେକ ନାୟକକୁ ବଳି ଦେବାପାଇଁ ଦୀପକ ଡାକିନେଇଥିଲା ଓ ପରଦିନ ସକାଳେ ତାର ମୃତଦେହ ରାଜେନ୍ଦ୍ରପୁର ଗାଁର ମଙ୍ଗଳା ମନ୍ଦିର ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାର ତଦନ୍ତ କରି ଦୀପକ ବାରିକକୁ ଗୁଣିଗାରେଡି ସନ୍ଦେହରେ ଗିରଫ କରିଥିଲା।