ଯାଜପୁର : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଯାଜପୁର ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ । ଲାଞ୍ଚ ନେବା ବେଳେ ମାଡି ବସିଲେ ଭିଜିଲାନ୍ସ ଅଧିକାରୀ। ଶ୍ରମ ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ସେଠୀ ।
ଖବର ଅନୁଯାୟୀ, ଗାଡ଼ି ଭଡ଼ା ବାବଦକୁ ଗାଡ଼ି ମାଲିକ ବିବେକାନନ୍ଦ ମାହାପାତ୍ର ଠାରୁ ୧୨, ୬୦୦ ଟଙ୍କା ଲାଞ୍ଚ ନେଉଥିଲେ ଦୁଇ ଜଣ । ଯାହାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲେ ଭିଜିଲାନ୍ସ ଟିମ୍ । ଲାଞ୍ଚ ନେବା ସମୟରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀକୁ ଗିରଫ କରିଛି କଟକ ଓ ଯାଜପୁରର ଭିଜିଲାନ୍ସ ଟିମ୍ ।
