ଜଳେଶ୍ବର ମୋଟର୍ସରେ ଏକ ବଡ଼ ଧରଣର ଜିଏସ୍ଟି ରେଡ

ଭୁବନେଶ୍ୱର: ରାଜଧାନୀର ଗାଡ଼ି ସୋରୁମ ଜଳେଶ୍ବର ମୋଟର୍ସର ଉପରେ ଚଢ଼ାଉ । ଏକ ବଡ଼ ଧରଣର ଜି ଏସ୍ ଟି ଫାଙ୍କିବା ଅଭିଯୋଗ ରେଡ କରାଯାଉଥିବାର ଖବର ମିଳିଛି। ସେଣ୍ଟ୍ରାଲ ଜିଏସଟି ଏହି ଚଢ଼ାଉ କରୁଥିବା ଜଣାଯାଇଛି।

ଜଳେଶ୍ବର ମୋଟର୍ସର ପୁରୁଣା କାର ସୋରୁମରେ ଏହି ଚଢ଼ାଉ ଚାଲିଛି। କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ ଆସିବା ପରେ କାଗଜପତ୍ର, ଫାଇଲ ଯାଞ୍ଚ କରିବା ସହ ମାଲିକଙ୍କୁ ପଚରାଉଚରା କରୁଛି ଜିଏସଟି ଟିମ୍।

ଏଠାରେ ଏକକାଳୀନ ୪ଟି ଟିମ ଚଢ଼ାଉ କରୁଥିବା ବେଳେ ୧୫ରୁ ଅଧିକ ଅଫିସର ଓ ବନ୍ଧୁକଧାରୀ ପୁଲିସ ଏଥିରେ ନିୟୋଜିତ ଥିବା ଜଣାଯାଇଛିI

Related Posts