ସାବଧାନ ବ୍ୟାପୁଛି ଜଣ୍ଡିସ୍‌, କଟକରେ ଗୋଟିଏ ସାହିର 20 ଜଣ ଆକ୍ରାନ୍ତ

ଶୀତଦିନରେ ଏବେ କଟକବାସୀଙ୍କୁ ଡରାଉଛି ଜଣ୍ଡିସ । ଶିଖରପୁର ତଳ ସାହି ଅଂଚଳରେ ଜଣ୍ଡିସ୍‌ ରୋଗ ବ୍ୟାପିଛି । ସାହିର ୨୦ ଜଣ ଏବେ ଜଣ୍ଡିସ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ହାଲୋଜେନ ଟାବଲେଟ, ଓ.ଆର୍‌.ଏସ୍‌ ପାଉଚ୍‌ ବଣ୍ଟାଯାଉଛି । କିନ୍ତୁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ସହର ଜଣ୍ଡିସ ମୁକ୍ତ ହୋଇପାରୁନାହିଁ ।

ପାଇପ୍‌ରେ ଆସୁଥିବା ପିଇବା ପାଣିରୁ ଦୁର୍ଗନ୍ଧ ବାହାରୁଛି । ଜାଇକା କାମ ଯୋଗୁଁ ମାଟି ତଳେ ଥିବା ପାଣି ପାଇପ୍‌ ଫାଟି ସେଥିରେ ନର୍ଦ୍ଦମା ପାଣି ମିଶିଥିବା ହୋଇଛି ଅଭିଯୋଗ । ଗତ ବର୍ଷ କଟକର ଖପୁରିଆ, ପ୍ରେସ୍‌ କଲୋନୀ ଓ ନୂଆପଡା ଆଦି ଅଞ୍ଚଳରେ ଆତଙ୍କ ଖେଳାଇ ଥିଲା ଜଣ୍ଡିସ୍‌ । ପରେ ବିଲସାହି, ଶ୍ରୀବିହାର କଲୋନୀ, ମାନସିଂହପାଟଣା, ରାମଗଡ଼, ସିଦ୍ଧେଶ୍ବର ସାହି ଆଦି ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିଥିଲା ।

Related Posts