ଆରମ୍ଭ ହେଲା କୁମ୍ଭ ମେଳା, ଆଜି ପ୍ରଥମ ସାହି ସ୍ନାନ : ବୁଡ଼ ପକାଇଲେ ସାଧୁ ସନ୍ଥ ଓ ଲକ୍ଷାଧିକ ଶ୍ରଦ୍ଧାଳୁ

ପବିତ୍ର କ୍ଷେତ୍ର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଜିଠାରୁ ଆରମ୍ଭ ହୋଇଛି କୁମ୍ଭ ମେଳା । ଆଜି ପ୍ରଥମ ପବିତ୍ର ବୁଡ଼(ସାହି ସ୍ନାନ)ର ତିଥି ରହିଛି । ଏଥିପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ପ୍ରୟାଗରାଜରେ ପହଞ୍ଚିଛନ୍ତି । ଆଜି ସକାଳ 6ଟାରୁ ସଂଧ୍ୟା 5ଟା ଯାଏଁ ପବିତ୍ର ବୁଡ଼ ପାଇଁ ସମୟ ନିର୍ଘଣ୍ଟ ରହିଛି । ପ୍ରଥମେ ସନ୍ୟାସୀ ଆଖଡ଼ାର ସାଧୁ ସନ୍ଥମାନେ ଗଙ୍ଗାରେ ପବିତ୍ର ବୁଡ଼ ପକାଇଛନ୍ତି । ସେମାନଙ୍କ ପରେ ବୈରାଗୀ ଓ ଉଦାସୀନ ଆଖଡ଼ାର ସାଧୁ ସନ୍ଥମାନେ ସଙ୍ଗମରେ ବୁଡ଼ ପକାଇଛନ୍ତି । ଏଥର କୁମ୍ଭ ମେଳାରେ ପ୍ରୟାଗରାଜକୁ 12 କୋଟି ଭକ୍ତଙ୍କର ଆଗମନର ସମ୍ଭାବନା ରହିଛି ।

ପ୍ରୟାଗରାଜକୁ ଏଥର ଏମିତି ଭବ୍ୟ ରୂପରେ ସଜାଯାଇଛି ଯାହା ପୂର୍ବରୁ ଏତେ ସୁନ୍ଦର କେବେ ବି ନ ଥିଲା । ପବିତ୍ର ନଦୀରେ ସ୍ନାନ ବା ତିନି ଥର ବୁଡ଼ ପକାଇଲେ, ସବୁ ପାପ ଧୋଇଯାଏ । ମଣିଷକୁ ଜନ୍ମ ପୁନର୍ଜନ୍ମରୁ ମୁକ୍ତି, ମୋକ୍ଷର ପ୍ରାପ୍ତି ହୁଏ ।

ଏହି କାରଣରୁ ଦେଶ ବିଦେଶରୁ କୋଟି କୋଟି ଲୋକ କୁମ୍ଭରେ ବୁଡ଼ ପକାଇବାକୁ ଆସନ୍ତି । 49 ଦିନ ଧରି ଚାଲିବାକୁ ଥିବା ଏହି କୁମ୍ଭରେ କିଛି ଖାସ୍‌ ଦିନର ଖାସ୍‌ ମହତ୍ବ ରହିଛି ।

ଆଜି ଦିନକୁ ମିଶାଇ 4 ଫେବ୍ରୁୟାରୀ 2019, ମୋନି ଅମାବାସ୍ୟାରେ ମୁଖ୍ୟ ଓ ଦ୍ବିତୀୟ ପବିତ୍ର ବୁଡ଼ ଏବଂ 10 ଫେବ୍ରୁୟାରୀ 2019, ବସନ୍ତ ପଞ୍ଚମୀ ଦିନ ତୃତୀୟ ପବିତ୍ର ବୁଡ଼ ଅନୁଷ୍ଠିତ ହେବ । 21 ଜାନୁୟାରୀ 2019, ପୌଷ ପୂର୍ଣ୍ଣିମା, 19 ଫେବ୍ରୁୟାରୀ 2019, ମାଘ ପୂର୍ଣ୍ଣିମୀ, 4 ମାର୍ଚ୍ଚ 2019, ମହାଶିବରାତ୍ରି ମଧ୍ୟ ଏଥର କୁମ୍ଭରେ ତିନିଟି ପବିତ୍ର ତିଥି ରହିଛି ।

ପ୍ରୟାଗର କୁମ୍ଭ ମେଳା ଅନ୍ୟ ମେଳା ତୁଳନାରେ ଅଧିକ ମହତ୍ବପୂର୍ଣ୍ଣ । ମାନ୍ୟତା ଅଛି ଯେ ଏହି କୁମ୍ଭ ପ୍ରକାଶ ଆଡ଼କୁ ନେଇ ଯାଏ । ଏହା ଏକ ଏମିତି ସ୍ଥାନ ଯେଉଁଠି ବୁଦ୍ଧିମତାର ପ୍ରତୀକ ସୂର୍ଯ୍ୟଙ୍କର ଉଦୟ ହୁଏ । ପୁରାଣ ଅନୁସାରେ ପ୍ରୟାଗରାଜରେ ଯେଉଁ ସ୍ଥାନରେ କୁମ୍ଭ ହୁଏ ତାକୁ ବ୍ରହ୍ମାଣ୍ଡର ଉଦଗମ ଓ ପୃଥିବୀର କେନ୍ଦ୍ର ବୋଲି ବିଶ୍ବାସ କରାଯାଏ ।

ଏଥର କୁମ୍ଭରେ ପ୍ରାୟ 12 କୋଟି ଆସିବାର ଅନୁମାନ କରାଯାଉଛି ।

Related Posts