ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ପିତୃ ବିୟୋଗ

ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ପିତା ଭାଗିରଥୀ ନାୟକଙ୍କ ୮୮ ବର୍ଷ ବୟସରେ ଭଦ୍ରକସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ଅସୁସ୍ଥ ଥିବା ସ୍ୱର୍ଗତ ନାୟକ ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ ପରେ ପରିବାର ସହ ଭଦ୍ରକରେ ରହୁଥିଲେ । ଭଦ୍ରକ ଜିଲ୍ଲା ବିଜୟ ଗଙ୍ଗାଧରପୁରର ମୂଳନିବାସୀ ସ୍ୱର୍ଗତ ନାୟକଙ୍କ ମୃତ୍ୟୁଶଯ୍ୟା ନିକଟରେ ତିନିପୁତ୍ର, ପୁତ୍ରବଧୁ  ଏବଂ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଜଣେ ନିଷ୍ଠାପର ମଣିଷ ଭାବରେ ପରିଚିତ ସ୍ୱର୍ଗତ ନାୟକ ଭଦ୍ରକ ସହରର ରାଣୀଚନ୍ଦ୍ର ହାଇସ୍କୁଲରୁ ଶିକ୍ଷା ସମାପ୍ତ ପରେ ବାଲେଶ୍ୱର ଫକିରମୋହନ କଲେଜରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ଦୀର୍ଘ ୩୫ ବର୍ଷ ଧରି ଭଦ୍ରକ ମହାବିଦ୍ୟାଳରେ ନିଜ ଚାକିରୀ ଜୀବନ ମଧ୍ୟରେ ଅନେକ କୃତି ଛାତ୍ରଛାତ୍ରୀ ତିଆରି କରିଥିବା ବେଳେ ଭଦ୍ରକ ସହରର ବହୁ ଶିକ୍ଷାନୁଷ୍ଠାନ ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଜଣେ ସ୍ପଷ୍ଠବାଦୀ ଆଉ ନିର୍ଭିକ ମଣିଷ ଭାବରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଅନେକ ସାମାଜିକ ଅନୁଷ୍ଠାନ ସେ ପ୍ରତ୍ୟକ୍ଷ ଭାବରେ ଜଡିତ ଥିଲେ । ଜ୍ୟେଷ୍ଠ ପୁତ୍ର ଡାଃ.ପ୍ରଦୀପ ନାୟକ ଜଣେ ସୁନାମଧନ୍ୟ ଚିକିତ୍ସକ ତଥା ଶୁଭମ୍ ହସ୍ପିଟାଲର ପ୍ରତିଷ୍ଠାତା ଭାବରେ ସମଗ୍ର ଭଦ୍ରକ ଜିଲ୍ଲାରେ ପରିଚିତ । ପୁତ୍ରବଧୁ ପ୍ରଫେସର ଡାଃ. ଶୁଭ୍ରା ଘୋଷ କୋରାପୁଟ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ । ମଧ୍ୟମ ପୁତ୍ର ଇଂ.ପ୍ରଣବ ନାୟକ ସମ୍ଫ୍ରତି ଜଳସେଚନ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ଭାବରେ ଆନନ୍ଦପୁର ଉପଖଣ୍ଡରେ କାର୍ଯ୍ୟ କରୁଛନ୍ତି । କନିଷ୍ଠ ପୁତ୍ର ସତ୍ୟପ୍ରକାଶ ନାୟକ ଓଡିଶାର ଜଣେ ଜଣାଶୁଣା ସାମ୍ବାଦିକ ଭାବରେ ବେଶ୍ ପରିଚିତ । କନିଷ୍ଠ ପୁତ୍ରବଧୂ ଶ୍ରମତୀ ମମତା ଉଚ୍ଚଶିକ୍ଷା ବିଭାଗର ଡେପୁଟି ଡାରେକ୍ଟର ଭାବରେ କାର୍ଯ୍ୟରତ । ସ୍ୱର୍ଗତ ନାୟକଙ୍କ ଏକମାତ୍ର ଜାମାତା ଇଂ ମାନସ ରଂଜନ ପଟ୍ଟନାୟକ ନିକଟରେ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାବରେ କାର୍ଯ୍ୟରୁ ଅବସର ନେଇଛନ୍ତି । ନାତୀ ନାତୁଣୀ ଡ. ପଲ୍ଲବୀ ନାୟକ, ପୁରବୀ ନାୟକ, ବର୍ଷା ପ୍ରିୟଦର୍ଶନୀ, ହିମାଦ୍ରୀ ପଟ୍ଟନାୟକ ଏବଂ ବିଠଲ ନାୟକ ପ୍ରମୂଖ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।

Related Posts