ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ । ଜବକାର୍ଡ କରାଇଦେବା ବାବଦରେ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଞ୍ଚାୟତ ଜିଆରଏସ ନିକୁଞ୍ଜ ବିହାରୀ ବିଶ୍ୱାଳଙ୍କୁ ଧରିଲା ଭିଜିଲାନ୍ସ ।
ଗ୍ରାମର ବାବୁ ପାତ୍ରଙ୍କ ନିକଟରୁ ୧୮ ଗୋଟି ଜବକାର୍ଡ କରାଇଦେବା ନିମନ୍ତେ ସାଢେ ଚାରି ହଜାର ଟଙ୍କା ନେବା ବେଳେ ପଡିଲେ ଭିଜିଲାନ୍ସ ଜାଲରେ । ଜିଆରଏସଙ୍କ ନିକଟରୁ ଗୋଟିଏ ଆରଟିଗା ଗାଡି ମଧ୍ୟ ଜବତ କରିଛି ଭିଜିଲାନ୍ସ । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।





