ଓଲା ସ୍କୁଟର ଜଳିଯିବା ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଲା ସ୍କୁଟର ଜଳିଯିବା ମାମଲାର ତଦନ୍ତ ନିଦେ୍ର୍ଦଶ ଦେଲେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ । ସଚିବ ଗିରଧର ଅର୍ମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପୁଣେ ଘନୋରୀ ଅଞ୍ଚଳରେ ଓଲା ଇଲ୍କ୍ଟ୍ରିକ ସ୍କୁଟରରେ ନିଆଁ ଲାଗିଯାଇଥିବାର ଅଭିଯୋଗ ହୋଇଥିଲା। ବିଜ୍ଞାନ ଓ କାରିଗରୀ ବିଶେଷଜ୍ଞଙ୍କ ଦ୍ୱାରା ଏହି ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସଚିବ କହିଛନ୍ତି। ସେପଟେ ବୈଦୁତିକ ସ୍କୁଟର ନିଆଁ ଲାଗିଯିବା ମାମଲାରେ ବେଙ୍ଗାଲୁରସ୍ଥିତ ଓଲା କମ୍ପାନୀ ଏକ ବୟାନ ଜାରି କରିଛନ୍ତି। ଅଧିକାରୀକ ବୟାନରେ ମାମଲାଗୁଡିକର ତଦନ୍ତ ଆରମ୍ଭ କରିଦିଆଯାଇଥିବା କମ୍ପାନୀ କହିଛନ୍ତି।

ତଦନ୍ତର ନିଷ୍କର୍ଷ ଯାହାବି ଆସିବ ତାହା ସାର୍ବଜନିକ କରାଯିବ ବୋଲି କମ୍ପାନୀ କହିଛନ୍ତି। ତେବେ ଏପରି ବାହନ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ କହିଛି। ବାହନ ସୁରକ୍ଷାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଓ ଆମେ ଆମ ପ୍ରଡକ୍ଟର ଉଚ୍ଚ ଗୁଣବତ୍ତା ଓ ମାନ ଲାଗି ପ୍ରତିଶ୍ରୁତି ବଦ୍ଧ ବୋଲି କମ୍ପାନୀ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts