ଭିଜିଲାନ୍ସ ଜାଲରେ ଜିଆରଏସ: ଏକକାଳୀନ ୬ଟି ସ୍ଥାନରେ ରେଡ

ଭୁବନେଶ୍ୱର; ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ ଅଧିକାରୀ ଭିଜିଲାନ୍ସ ଜାଲରେ | ଅଧିକାରୀ ବାବୁଲି ଚରଣ ପଢ଼ିଆରୀ | ଭିଜିଲାନ୍ସର ତିନି ଜଣ ଡ଼ିଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ତାଙ୍କ ଘରେ ରେଡ କରିଛି | ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଛି | ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଚଢ଼ାଉ ଚାଲିଛି ।

ଭୁବନେଶ୍ୱରର ରଘୁନାଥପୁରରେ ଥିବା ଏକ ତିନି ମହଲା କୋଠା, ଏକ ଦୁଇ ମହଲା କୋଠା, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୧୦୨ରେ ଚଢ଼ାଉ ଚାଲିଛି | ସେହିପରି ବାବୁଲି ଚରଣ ପଢ଼ିଆରୀଙ୍କ ରଘୁନାଥପୁର ସ୍ଥିତ ପୈତୃକ ବାସଭବନ, କଳାରାହାଙ୍ଗ ଗ୍ରାମପଞ୍ଚାୟତ ଅଫିସରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି | ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ ଜାରି ରଖିଛନ୍ତି । ତେବେ କେତେ ସମ୍ପତ୍ତିି ଠୁଳ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Related Posts