ଅଲମ୍ପିକ୍ସର ଠିକ୍ ମାସେ ପୂର୍ବରୁ ନୀରଜଙ୍କ ଜର୍ମାନ କୋଚ୍ ଭାରତ ସରକାରଙ୍କ ପ୍ରୋତ୍ସାହନର ଅସଲିୟତ୍ ଖୋଲି ଦେଇଥିଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ, ବିଶ୍ଵର ସବୁଠାରୁ ବଡ଼ କ୍ରୀଡ଼ା ଇଭେଣ୍ଟ। ଭାରତ ଏଥିରେ ମାତ୍ର ୭ଟି ପଦକ ଜିତିଲା। ହେଲେ ଅଲମ୍ପିକ ପାଇଁ ଭାରତ ସରକାର ଖେଳାଳି ମାନଙ୍କୁ କେତେ ପରିମାଣରେ ପ୍ରୋତ୍ସାହନ କରୁଥିଲେ? ଅଲମ୍ପିକ୍ ଆରମ୍ଭ ହେବାର ମାସକ ପୂର୍ବରୁ ଭାରତ ସରକାରଙ୍କ ଗୁମର ଖୋଲି ଦେଇଥିଲେ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ଜର୍ମାନୀ କୋଚ୍। ଭାରତର ଜାଭେଲିନ୍ ଥ୍ରୋ କୋଚ୍ ଉୱେ ହୋନ୍ କହିଥିଲେ ଯେ ଟୋକିଓ ଭଳି ମେଗା ଇଭେଣ୍ଟ ଗୁଡିକ ପାଇଁ ଆଥଲେଟ୍ ମାନଙ୍କୁ ପ୍ରସ୍ତୁତ କରିବା ଦିଗରେ ଦେଶର ଶ୍ରେଷ୍ଠ କ୍ରୀଡ଼ା ସଂଗଠନ ଯେପରିକି ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI) ଏବଂ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (AFI)  “ଯଥେଷ୍ଟ ପ୍ରୟାସ କରିନାହାଁନ୍ତି” ।

 ସୋମବାର ଇଣ୍ଡିଆନ୍ ଏକ୍ସପ୍ରେସ୍ କୁ ଦେଇଥିବା ଏକ ସାକ୍ଷାତକାରରେ ୫୮ ବର୍ଷୀୟ ଜର୍ମାନ କୋଚ୍ , ଯିଏକି ୧୦୦ ମିଟରରୁ ଅଧିକ ମିଟର ଜାଭେଲିନ୍ ଫିଙ୍ଗିଥିବା ଏକମାତ୍ର ବ୍ୟକ୍ତି ଏବଂ ଭାରତୀୟ ତାରକା ନୀରଜ ଚୋପ୍ରାଙ୍କ କୋଚ୍ କହିଛନ୍ତି ଯେ ଭାରତୀୟ ଆଥଲେଟ୍ ଙ୍କ ଅଲିମ୍ପିକ୍ସ ପାଇଁ ପ୍ରଶିକ୍ଷଣ ଯୋଜନାବଦ୍ଧ ନୁହେଁ ଏବଂ ଡାଏଟ୍ ଫିଟ୍ ମଧ୍ୟ ନୁହେଁ। ସେ ଆହୁରି ଏକ ଗମ୍ଭୀର ଆରୋପ ଲଗାଇଛନ୍ତି ଯେ ସେ ଖୁସି ନଥିବା ସତ୍ତ୍ଵେ ତାଙ୍କୁ ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିବା ପାଇଁ  “ବ୍ଲାକମେଲ” କରାଯାଇଥିଲା।ଜର୍ମାନ କୋଚ୍ ଙ୍କ କହିବାନୁସାରେ, ନୀରଜ ଚୋପ୍ରା ୟୁରୋପ ଗସ୍ତରେ ଯାଇ ପ୍ରଶିକ୍ଷଣ ନେବା ଏବଂ ଏସିଆନ୍ ଏବଂ କମନୱେଲଥ୍ ରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ସମର୍ଥନ କରୁଥିବା କ୍ରୀଡ଼ା ପ୍ରମୋଟର ଜେଏସଡବ୍ଲ୍ୟୁ ସ୍ପୋର୍ଟସ୍ ଙ୍କ  ଯୋଗୁଁ ଏ ସଫଳତା ମିଳିଛି। 

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍, ପଟିଆଲା, ଯେଉଁଠାରେ ଚୋପ୍ରା ୟୁରୋପ ଯିବା ପୂର୍ବରୁ ତାଲିମ ନେଉଥିଲେ, ସେ ବିଷୟରେ ବର୍ଣ୍ଣନା କରି କୋଚ୍ ହୋନ୍ କହିଛନ୍ତି, “ପଟିଆଲାର ଜଳବାୟୁ ଅତ୍ୟନ୍ତ ଭୟଙ୍କର , ସେଠାରେ ଆମେ କେବଳ ସକାଳୁ କିମ୍ବା ସନ୍ଧ୍ୟା ୬ ଟା ପରେ ଅଭ୍ୟାସ କରିପାରୁଥିଲୁ । ଏହି ଅବସ୍ଥାରେ ଉତ୍ସାହ ରଖିବା ବହୁ କଷ୍ଟକର । ବର୍ତ୍ତମାନ, ୟୁରୋପର ପାଣିପାଗ ତୁଳନାରେ ଏଠାକାର ଜଳବାୟୁ ପରିବର୍ତ୍ତନ ପାଇଁ ଅଧିକ ସମୟ ଲାଗିବ। ମୁଁ ନିଶ୍ଚିତ ନୁହେଁ ଯେ ଚୋପ୍ରା ୟୁରୋପକୁ ଯିବା ପଛରେ କାହାର ସହଯୋଗ ଥିଲା। କିନ୍ତୁ ମୁଁ ଅନୁମାନ କରୁଛି ଯେ ଏହା JSW ର ସାହାଯ୍ୟ ଏବଂ ସହଯୋଗରେ ନୀରଜ ୟୁରୋପ ଯାଇଥିଲେ । କିନ୍ତୁ SAI କିମ୍ବା AFI ପକ୍ଷରୁ କିଛି ବି ସହଯୋଗ ନଥିଲା। ଆମ ଆଥଲେଟ ମାନଙ୍କୁ ପ୍ରତିଯୋଗିତା (ବିଦେଶରେ)ରେ ଭାଗ ନେବା ପାଇଁ ସରକାରଙ୍କ ପକ୍ଷରୁ ଯଥେଷ୍ଟ ପ୍ରୟାସ କରାଯାଇନାହାଁ । ”

ହୋନ୍ ବର୍ତ୍ତମାନ ଜାଭେଲିନ୍ ଥ୍ରୋ ରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଶିବପାଲ ସିଂଙ୍କ ସହ ପଟିଆଲାରେ ଅଛନ୍ତି।  ସେ କହିଛନ୍ତି ଯେ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (TOPS) ରେ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ପଦକ ପ୍ରତିଯୋଗୀମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ସଂଘର୍ଷ କରିବାକୁ ପଡୁଛି । ଭାରତରେ ତାଙ୍କର ସାଢେ ତିନି ବର୍ଷର କାର୍ଯ୍ୟକାଳ ବିଷୟରେ ହୋହନ୍ କହିଛନ୍ତି: “ଯେତେବେଳେ ମୁଁ ଏଠାକୁ ଆସିଲି ମୁଁ ଭାବିଲି ଯେ ମୁଁ କିଛି ପରିବର୍ତ୍ତନ ଆଣିବି । କିନ୍ତୁ SAI କିମ୍ବା AFI ରେ ଏହି ଲୋକଙ୍କ ସହ ବୋଧହୁଏ ଏହା କରିବା କଷ୍ଟସାଧ୍ୟ ଅଟେ।  ମୁଁ ଜାଣେ ନାହିଁ ଜ୍ଞାନର ଅଭାବ କିମ୍ବା ଅଜ୍ଞତା କଣ ଏଥିପାଇଁ ଦାୟୀ ? କ୍ଯାମ୍ପ କିମ୍ବା ପ୍ରତିଯୋଗିତା ବ୍ୟତୀତ ଯେତେବେଳେ ଆମେ ଆମର ଡାଏଟ୍ ବିଶେଷଜ୍ଞଙ୍କ ମାଧ୍ୟମରେ ଆମ ଆଥଲେଟ ମାନଙ୍କ ପାଇଁ ସପ୍ଲିମେଣ୍ଟ ମାଗିଥାଉ, ଆମେ ସେହି ଜିନିଷ ପାଇନଥାଉ। TOPS ଆଥଲେଟ ମାନଙ୍କ ପାଇଁ ମଧ୍ୟ ଏଭଳି ଜିନିଷ ଉପଲବ୍ଧ ନଥାଏ। ଯଦି ଆବଶ୍ଯକର କିଛି ବି ଜିନିଷ ପାଇଥାଉ ତେବେ ଆମେ ବହୁତ ଖୁସି। ”

ସେ କହିଛନ୍ତି “ମୁଁ ଏପ୍ରିଲ୍ ଆରମ୍ଭରେ ସ୍ୱାକ୍ଷର କରିଥିବା ନୂତନ ଚୁକ୍ତିରେ ଖୁସି ନୁହେଁ। ଆମକୁ (ଉୱେ ହୋନ୍ ଏବଂ ବାୟୋମେକାନିକ୍ସ ବିଶେଷଜ୍ଞ ଡ କ୍ଲାଉସ୍ ବାର୍ଟୋନିଏଜ୍) ଏହି ଚୁକ୍ତିରେ ଦସ୍ତଖତ କରିବା ପାଇଁ ବ୍ଲାକମେଲ କରାଯାଇଥିଲା, ନଚେତ୍ ଆମକୁ ଆଉ ଦରମା ମିଳିବ ନାହିଁ ବୋଲି ଧମକ ଦିଆଯାଇଥିଲା । ସେମାନେ କହିଛନ୍ତି ଯେ ଏପ୍ରିଲରେ ଆମର କୋଚିଂ ସମୀକ୍ଷା କରିବେ ଏବଂ ତା’ପରେ ଆମର ଦରମା ବୃଦ୍ଧି କରିବେ। ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପରି, ଏଗୁଡ଼ିକ କେବଳ ଖାଲି ବୟାନ ଥିଲା । 

Related Posts