ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଉଦୟ ଉମେଶ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ । ତେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଲଳିତଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ନଭେମ୍ବର ୮ରେ ଜଷ୍ଟିସ ଲଳିତ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିବେ ।

ଜଷ୍ଟିସ ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧାସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହୋଇଛନ୍ତି। ତେବେ ଗତକାଲି ସୁପ୍ରିମ୍ କୋର୍ଟର ୪୮ତମ ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍ .ଭି. ରମନାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ଓ ସେ ଅବସର ଗ୍ରହଣ କରିଥିଲେ । ଏକ ଭାବବିହ୍ୱଳ ପରିବେଶରେ ବିଦାୟ ନେଇଛନ୍ତି ଏନ.ଭି. ରମନ୍ନା । ତାଙ୍କ ସ୍ଥାନରେ ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ୟୁୟୁ ଲଲିତ ଦାୟିତ୍ୱ ଗ୍ରହଣ କରିଥିଲେ।