ଭାଇରସ୍ କାରଣରୁ ଭୟଙ୍କର ରୋଗରେ ପୀଡିତ ଜଷ୍ଟିନ ବିବର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାଇରସ୍ କାରଣରୁ ଭୟଙ୍କର ରୋଗରେ ପୀଡିତ ଜଷ୍ଟିନ ବିବର । ଲଗାତାର କନସର୍ଟ କରୁଥିବା ଏହି କଣ୍ଠଶିଳ୍ପୀ ଏବେ ବିଶ୍ରାମ ନେଉଛନ୍ତି । କାରଣ ସେ ଏବେ ଭୟଙ୍କର ରୋଗରେ ପୀଡିତ ଅଛନ୍ତି । ସୋସିଆଲ ମିଡିଆରେ ଜଷ୍ଟିନ ସେୟାର କରି କହିଛନ୍ତି ଯେ, ସେ ଏବେ ରାମସେ ହଣ୍ଟ ସିଣ୍ଡ୍ରୋମ ନାମରେ ରୋଗରେ ପୀଡିତ ଅଛନ୍ତି ।ଯେଉଁଥିପାଇଁ ତାଙ୍କ ମୁହଁରେ ପାରାଲିସିସି ହୋଇଯାଇଛି । ଇନଷ୍ଟାରେ ଜଷ୍ଟିନ ଲେଖିଛନ୍ତି ଯେ, ବର୍ତ୍ତାମନ ସେତାଙ୍କର ସମସ୍ତ ଶୋକୁ କ୍ୟାନସେଲ୍ କରିଛନ୍ତି । ଭିଡିଓ ସେୟାର କରି କହିଛନ୍ତି ଯେ, ଭାଇରସ କାରଣରୁ ମୋତେ ଏହି ରୋଗ ହୋଇଛି । ଏହି ରୋଗ ଏମିତି ପ୍ରଭାବ ପକାଇଛି ଯେ, ମୋ ମୁହାଁ ଏବଂ ଶିରାରେ ଅଟକିଛି । ଯେଉଁଥିପାଇଁ ମୋ ମୁହଁରେ ପାରାଲିସସ୍ ହୋଇଛି ।

ଭିଡିଓରେ ସେ କହିଛନ୍ତି ଯେ, ତୁମେ ଦେଖି ପାରୁଥିବ କିପରି ମୋର ଗୋଟିଏ ଆଖି ଲାଖି ଯାଉଛି । ଯେତେ ଚେଷ୍ଟା କଲେ ବି ଉପରକୁ ଉଠୁନି । ଆହୁରି ମଧ୍ୟ ଆଉ ଗୋଟିଏ ପାର୍ଶ୍ୱରୁ ହସି ପାରୁନି । ସେହିପଟ ନାକ ମଧ୍ଏୟ ମୋର ଫକସନ କରୁନି । ସେପଟେ ଜଷ୍ଟିନ ବିବରଙ୍କ ସୋ କ୍ୟାନସେଲ ହେବା ପରେ ଫ୍ୟାନ୍ସ ମହଲରେ ଦୁଃଖ ଦେଖାଦେଇଛି । କାରଣ ସେ ଏବେ କନସର୍ଟ କରିବା ପାଇଁ ସକ୍ଷମ ନୁହଁନ୍ତି । ଶାରିରୀକ ସ୍ତରରେ ସେ ସୋ କରିବା ପାଇଁ ସକ୍ଷମ ନୁହଁନ୍ତି । ମୁଁ ଚାହଁଛି ମୋ ଶରୀର ମୋତେ କହିଛି ଯେ ମୁଁ ଟିକିଏ ଶାନ୍ତ ହେବା ଉଚିତ୍ । ମୁଁ ଆଶା କରେ ଆପଣମାନେ ବୁଝିବେ । ମୁଁ ଏବେ ବିଶ୍ରାମ ଏବଂ ଆରାମ କରିବାକୁ ଯାଉଛି ଯାହା ଦ୍ୱାରା ମୁଁ ଶତପ୍ରତିଶତ ଆରୋଗ୍ୟ ହୋଇ ଫେରି ଆସିବି ।

Related Posts