ମୋ ପାଇଁ କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ: ଟିଏମସି ସାଂସଦ ମହୁଆ ମୈତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍ରକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଏନେଇ ବଡ଼ ବୟାନ ରଖିଛନ୍ତି ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର । ତେବେ ପୋଷ୍ଟ୍ରରେ ମାଆ କାଳୀ ସିଗାରେଟ୍ ପିଉଥିବାର ଦୃଶ୍ୟକୁ ନେଇ ବିବାଦ ଉପୁଜିବା ପରେ ସାଂସଦ କହିଛନ୍ତି କି, ‘ମୋ ପାଇଁ କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ। ଦେବୀଙ୍କୁ କଳ୍ପନା କରିବାର ସ୍ବାଧୀନତା ସଭିଙ୍କର ଅଛି। ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଈଶ୍ବରଙ୍କୁ ହ୍ବିସ୍କି ଅର୍ପଣ କରାଯାଏ। ମାତ୍ର ଅନ୍ୟ କେତେକ ସ୍ଥାନରେ ଏହା ନିନ୍ଦନୀୟ।’ ସିନେ ନିର୍ମାତା ଲୀନା ମାନିମେକଲାଇ ହିନ୍ଦୁ ଧର୍ମୀମାନଙ୍କ ଦେବୀ କାଳୀଙ୍କ ହାତରେ ସିଗାରେଟ୍ ଥିବାର ଏକ ପୋଷ୍ଟ୍ର ରିଲିଜ୍ କରିବା ପରେ ଏହାକୁ ନେଇ ବିବାଦ ଉପୁଜିଥିଲା।

ଗତ ୨ ତାରିଖରେ ନିର୍ମାତା ପୋଷ୍ଟର୍ଟିକୁ ରିଲିଜ୍ କରିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କ ବିରୋଧରେ ଗିରଫ କରିବାକୁ ଦାବି କରିଥିଲେ। ସେପଟେ ନିର୍ମାତା ହିନ୍ଦୁ ଧର୍ମୀମାନଙ୍କ ଦେବୀ କାଳୀଙ୍କ ହାତରେ ସିଗାରେଟ୍ ଥିବାର ଏକ ପୋଷ୍ଟ୍ର ରିଲିଜ୍ କରିବା ପରେ ଏହା ହିନ୍ଦୁ ଧର୍ମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ଆଣି ଦିଲ୍ଲୀ ଏବଂ ୟୁପରେ ଲୀନା ମାନିମେକଲାଇଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି। ସୋସିଆଲ୍ ମିଡିଆରେ ‘ଆରେଷ୍ଟ୍ଲୀନାମାନିମେକଲାଇ’ ଟ୍ରେଣ୍ଡ୍ କରିଥିବା ବେଳେ ନିର୍ମାତା ଏକ ଟ୍ବିଟ୍ କରି ହ୍ୟାସଟ୍ୟାଗ୍ ‘ଆରେଷ୍ଟ୍ଲୀନାମାନିମେକଲାଇ’ ନଲେଖି ହ୍ୟାସଟ୍ୟାଗ୍ ‘ଲଭୟୁ ଲୀନାମନିମେକଲାଇ’ ଲେଖନ୍ତୁ ବୋଲି କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts