କନ୍ନଡ ଅଭିନେତା ଶିବରାଜନ୍ ବୋଲାନ୍ନାଭରଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼

ମୁମ୍ୱାଇ : କନ୍ନଡ ଅଭିନେତା ଶିବରାଜନ୍ ବୋଲାନ୍ନାଭରଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଘର ବାହାରେ ୩ ରାଉଣ୍ଡ ଗୁଳିଫୁଟାଇଲେ ଦୁର୍ବୃତ୍ତ । ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶିବରାଜନ । ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଖୋଜୁଛି । ତେବେ ଗୁଳିମାଡର କାରଣ କଣ ତାହା ଏବେ ଅସ୍ପଷ୍ଟ ରହିଛି ।

ସୂଚନାନୁସାରେ, ଅଭିନେତା ଶିବରାଜନ୍ (ଶିବରାଜନ୍ ବୋଲାନଭର୍) ବେଲହୋଙ୍ଗଲରେ ରହୁଥିବା ନିଜ ପିତାମାତାଙ୍କୁ ଭେଟିବାକୁ ଆସୁଥିଲେ । ସେ ଘରକୁ ଯିବାକୁ କବାଟ ବାଡଉଥିଲେ । ଘର ବାହାରେ ଥିବା କିଛି ଦୁର୍ବୃତ୍ତ ହଠାତ୍ ମୋଟରସାଇକେଲରେ ଆସି ଶିବରାଜନଙ୍କୁ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ଦୁର୍ବୃତ୍ତଙ୍କ ଟାର୍ଗେଟ ଖସିଯାଇଥିଲେ । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଅଭିନେତା ଜଣଙ୍କ । ଅଭିନେତାଙ୍କ ଦେହରେ ଗୋଟିଏ ବି ଗୁଳି ବାଜିନଥିଲା ।

ଏହା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତି କରିଛି । ଅଜ୍ଞାତ ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି ।

Related Posts