କାନପୁର ହିଂସାକାଣ୍ଡ ମାମଲା; ପୋଷ୍ଟର ଲାଗିବା ପରେ ଆତ୍ମସମର୍ପଣ କଲା ନାବାଳକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାନପୁର ହିଂସାକାଣ୍ଡ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଗତକାଲି କାନପୁର ପୁଲିସ ୪୦ ଜଣ ସନ୍ଦିଗ୍ଧଙ୍କ ଫୋଟ ଜାରି କରିଥିଲା । ଏହାସହ ଅଭିଯୁକ୍ତଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅପିଲ କରାଯାଇଥିଲା । ତେବେ ପୋଷ୍ଟର ମରାଯିବା ପରେ ଅଭିଯୁକ୍ତ ନିଜେ ଆତ୍ମସମର୍ପଣ ପାଇଁ ଥାନାରେ ପହଁଚିଛନ୍ତି । ସୋମବାର ବିଳମ୍ବିତ ରାତ୍ରରେ ଜଣେ ନାବାଳକ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ନାବାଳକ କର୍ଣ୍ଣେଲଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ । ତାର ନାମ ପୋଷ୍ଟରରେ ୧୩ ନମ୍ବରରେ ଥିଲା । ପୋଲିସ ସୋମବାର ସନ୍ଧ୍ୟାରେ ଅଭିଯୁକ୍ତର ବଡ ଭାଇକୁ ଅଟକ ରଖିବା ପରେ ନାବାଳକ ନିଜେ ଆତ୍ମସମର୍ପଣ କରିଥିଲା ।

ସେପଟେ ଏହା ତୃତୀୟ ଘଟଣା ଯେତେବେଳେ ହିଂସାରେ ସାମିଲ ଅଭିଯୁକ୍ତଙ୍କ ଫଟୋକୁ ସର୍ବାଜାନୀନ ସ୍ଥାନରେ ହୋଡିଂ ମାଧ୍ୟମରେ ଲଗାଯାଇଥିଲା। ୨୦୧୫ରେ ପ୍ରଥମ ଥର ପାଇଁ ଏହିପରି ହୋଡିଂ ସିସାମାଓରେ ଲଗାଯାଇଥିଲା। ଏହାପରେ ୨୦୧୯ ଡିସେମ୍ୱର ମାସରେ ସିଏଏ ବିରୋଧୀ ହିଂସା ସମୟରେ ଅଭିଯୁକ୍ତଙ୍କ ପୋଷ୍ଟର ସାର୍ବଜାନୀନ ସ୍ଥାନରେ ମରାଯାଇଥିଲା । ପରେ ୨୦୨୦ ମାର୍ଚ୍ଚ ମାସରେ ଅହ୍ଲାବାଦ ହାଇକୋର୍ଟ ସମସ୍ତ ପୋଷ୍ଟର ହଟାଇବା ପାଇଁ ଜିଲ୍ଲା ଅଧିକାରୀ ଏବଂ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଏହି କାର୍ୟ୍ୟାନୁଷ୍ଠାନ ସମ୍ୱିଧାନର ଧାରା ୨୧ର ଉଲ୍ଲଂଘନ କରୁଥିବା କୋର୍ଟ କରିଥିଲେ।

Related Posts