କର୍ଣ୍ଣାଟକରେ ଏକ ବଡ ଧରଣର ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟିଯିବାରୁ ୮ଜଣଙ୍କର ମୃତ୍ୟୁ

କର୍ଣ୍ଣାଟକ: କର୍ଣ୍ଣାଟକର ପାୱାଗଡା ନିକଟରେ ବଡ ଧରଣର ଦୁର୍ଘଟଣା ଘଟିଛି । ତୁମକୁର ଜିଲ୍ଲାର ପାୱାଗଡା ନିକଟରେ ଥିବା ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓଲଟିଯିବାରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି । ଏମାନଙ୍କ ମଧ୍ୟରେ କିଛି ଛାତ୍ର ଥିବା ଜଣାପଡିଛି ।

ଦୁର୍ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପ୍ରାଥମିକ ଯାଞ୍ଚ ପରେ ଜଣାପଡିଛି ଯେ, ରାଜପଥରେ ଯାଉଥିବାବେଳେ ବସ୍ ନିୟନ୍ତ୍ରଣ ହରାଇଥିଲା । ଫଳରେ ବସ୍ ରାସ୍ତା କଡକୁ ଓଲଟିପଡିଥିଲା । ଏଥିରେ ପାଖାପାଖି ୬୦ ଯାତ୍ରୀ ଥିଲେ । ପୋଲିସର ସୂଚନା ମୁତାବକ, ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକ ଓ ଗୁରୁତର ଆହତଙ୍କ ମଧ୍ୟରେ ଏକାଧିକ ଛାତ୍ର ଅଛନ୍ତି । ବସ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ।

Related Posts