ତାରାସିଙ୍ଗ ଥାନା ନିକଟରେ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ୍, ଚାଲିଗଲା ୨ ଜୀବନ

ଭଞ୍ଜନଗର : ତାରାସିଙ୍ଗ ଥାନା ଅନ୍ତର୍ଗତ କୋକୋଳଵା ଗାଁ ନିକଟରେ ଘଟିଛି ମର୍ମତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ପରିବା ବୋଝେଇ ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ଘଟିଛି ।

ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ଦୁହେଁ ମହାରାଷ୍ଟ୍ରର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ପରିବା ନେଇ ଗଞ୍ଜାମ ଆସୁଥିବା ବାଟରେ ଘଟିଛି ଦୁର୍ଘଟଣା ।

ତାରାସିଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts