ଭବାନୀପାଟଣା, ୧୩|୬(ସ.ପ୍ର): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଇପାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟୁ  ବିଏମଡବ୍ଲୁ କାର ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ । ଦୁର୍ଘଟଣାରେ ବିଏମଡବ୍ଲୁ କାରଟି ସମ୍ପୂର୍ଣ୍ଣରୂପେ ଚୁରମାର ହୋଇଯାଇଥିବା ଜଣାପଡ଼ିଛି। କାରର ନଂ (ଏଚ ଆର ୨୬ ସି ବି ୫୩୮୪)  ହରିୟାଣା ରାଜ୍ୟର ନମ୍ବର ବୋଲି ଜଣାପଡିଛି। ଅନ୍ୟପଟେ,ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।