କର୍ପୂରୀ ଠାକୁରଙ୍କୁ ମିଳିବ ମରଣୋତ୍ତର ଭାରତରତ୍ନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିହାରର ପୂର୍ବତନ ମୂଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ମିଳିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି । ବିହାରର ଏକ ସାଧାରଣ ପରିବାରରେ ୧୯୨୪ରେ ସେ ଜନ୍ମ ଗ୍ରହଣ କରିଥଲେ । ୧୯୪୨ରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଆଉ ଦିନକ ପରେ ତାଙ୍କର ଜନ୍ମ ଶତବାର୍ଷୀକ ପାଳନ କରାଯିବ । କର୍ପୂରୀ ଠାକୁର ସାମାଜିକ ନ୍ୟାୟର ବିଗୁଲ ଏପରି ବଜାଇଥିଲେ ଯେ, ଖୁବ କମ ଦିନରେ ବିହାର କଣ ସାରା ଭାରତରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ ।ଲାଲୁ ଯାଦବ ଓ ନୀତିଶ କୁମାରଙ୍କୁ ସେ ରାଜନୀତିର ପାଠ ପଢ଼ାଇଥିଲେ କହିଲେ ଭୁଲ ହେବନି ।

ଏର୍ମଜେନ୍ସି ସମୟରେ ସେ ସମୟର ସରକାରଙ୍କ ସମସ୍ତ ଉଦ୍ୟମ ସତ୍ୱେ ଏହି ମହାନାୟକଙ୍କୁ ଗିରଫ କରିପାରି ନ ଥିଲା । ୧୯୭୦ରେ ସେ ପ୍ରଥମ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ସମୟରେ କର୍ପୂରୀ ଠାକୁର ୧୬୩ ଦିନ ପାଇଁ ଏହି ଦାୟିତ୍ୱ ତୁଲାଇଥିଲେ । ୧୯୭୭ରେ ସାରା ଦେଶରେ ଜନତା ଦଳ ଭଲ ପ୍ରଦର୍ଶନ କରିଥିଲା । ସେ ବିହାରର ମୂଖ୍ୟମନ୍ତ୍ରୀ ପୁନର୍ବାର ହୋଇଥିଲେ । ଅବଶ୍ୟ ସେ ୨ ବର୍ଷରୁ କମ ସମୟ ଏହି ଦାୟିତ୍ୱ ତୁଲାଇଥିଲେ ।

ସେ ଏହି ସମୟ ମଧ୍ୟରେ ପଛୁଆ ଓ ଅତି ପଛୁଆ ବର୍ଗ ପାଇଁ ଅନେକ କାମ କରିଥିଲେ । ବିହାର ମ୍ୟାଟ୍ରିକ ପର୍ଯ୍ୟନ୍ତ ପାଠପଢ଼ା ମାଗଣା କରିଥିଲେ । ରାଜ୍ୟର ସମସ୍ତ ବିଭାଗରେ ହିନ୍ଦୀରେ କାର୍ଯ୍ୟ କରିବା ବାଧ୍ୟତାମୂଳକ କରିଥିଲେ । ସେ ଏହା ପରେ ବିହାରରେ ସମାଜବାଦର ସବୁଠାରୁ ବଡ ଚେହେରା ପାଲଟିଥିଲା । ପରେ ଯେତେବେଳେ ଲାଲୁ ବିହାରର ମୂଖ୍ୟମନ୍ତ୍ରୀ ହେଲେ ସେ କର୍ପୂରୀ ଠାକୁରଙ୍କ କାମ ଆଗକୁ ବଢ଼ାଇଥିଲେ । ନୀତିଶ କୁମାର ମଧ୍ୟ ଅତି ପଛୁଆ ବର୍ଗ ପାଇଁ ଆକର୍ଷଣୀୟ କାମ କରିଥିଲେ । ୧୯୮୮ରେ ତାଙ୍କର ପରଲୋକ ହୋଇଥିଲା । ଏବେ ବି ବିହାରରେ ସେ ଯେଉଁ ରାଜନୈତିକ ଛାପ ଛାଡିଛନ୍ତି ତାହା ତାଙ୍କୁ ଅମର କରି ରଖିଛି ।

Related Posts