କାଶ୍ମୀର ପଣ୍ଡିତ: ସେମାନଙ୍କୁ ଏକଲା ଛଡା ଯାଇପାରିବ ନାହିଁ, ଏମାନଙ୍କ ଦୁର୍ଦ୍ଦଶା ବୁଝିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପୂର୍ବତନ ବ୍ୟାଟର ସୁରେଶ ରାଇନା

କାଶ୍ମୀର ପଣ୍ଡିତ: ସେମାନଙ୍କୁ ଏକଲା ଛଡା ଯାଇପାରିବ ନାହିଁ, ଏମାନଙ୍କ ଦୁର୍ଦ୍ଦଶା ବୁଝିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପୂର୍ବତନ ବ୍ୟାଟର ସୁରେଶ ରାଇନା

ନୂଆଦିଲ୍ଲୀ : ଏବେ ଘୋର ସଙ୍କଟ ସ୍ଥିତି ମଧ୍ୟରେ ଗତି କରୁଛନ୍ତି ଜମ୍ମୁ-କାଶ୍ମୀରରେ କାଶ୍ମୀର ପଣ୍ଡିତ | ତାଙ୍କ ଉପରେ ଆକ୍ରମଣ ବଡିବାରେ ଲାଗିଛି | ଏହାମଧ୍ୟରେ ଦୁଇ ଦିନ ତଳେ ଆତଙ୍କବାଦୀମାନେ ଜଣେ ପଣ୍ଡିତଙ୍କୁ ହତ୍ୟା କରିଥିଲେ । ଯାହାକୁ ନେଇ ବିବାଦ ବଢିଥିଲା ।

ତେବେ କାଶ୍ମୀର ପଣ୍ଡିତଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟର ସୁରେଶ ରାଇନା | ଏ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ରାଇନା ଜଣେ ମହିଳାଙ୍କ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଏମାନଙ୍କ ଦୁର୍ଦ୍ଦଶା ବୁଝନ୍ତୁ ବୋଲି କହି ନିବେଦନ କରିଛନ୍ତି |

ରାଇନା ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ଭାଇ-ଉଭଣୀଙ୍କ ଦୁର୍ଦ୍ଦଶାକୁ ଶୁଣନ୍ତୁ । ସବୁ ଭାରତୀୟ କାଶ୍ମୀରରେ ଦୁର୍ଦ୍ଦଶା ଭୋଗୁଥିବା ପଣ୍ଡିତଙ୍କ ସହ ଅଛନ୍ତି । ସେମାନଙ୍କୁ ଏକଲା ଛଡା ଯାଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦାବି ଶୁଣିବେ ଓ ପଣ୍ଡିତଙ୍କ ସୁରକ୍ଷା ପାଇଁ ଚିନ୍ତା କରିବେ ବୋଲି ରଇନା ଆଶା ରଖିଛନ୍ତି ।

ରାଇନା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଦେଖିବାକୁ ମିଳିଛି ଯେ, ଅନେକ କାଶ୍ମୀର ପଣ଼୍ଡିତ ବିରୋଧ ପ୍ରଦର୍ଶନ କରୁଛନ୍ତି । ଜଣେ ମହିଳା କାନ୍ଦି କାନ୍ଦି ସୁରକ୍ଷା ପାଇଁ ପ୍ରାର୍ଥନା କରୁଥିଲେ । ଯଦି କେଉଁ ପୁରୁଷ କାମକୁ ଯାଉଛନ୍ତି ସନ୍ଧ୍ୟାରେ ମୃତଦେହ ମିଳୁଛି ବୋଲି ସେ କହିଛନ୍ତି । ୯୦ ଦଶକରେ ଏପରି ହେଉଥିଲା । ସେମାନଙ୍କ ସନ୍ତାନଙ୍କର କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆହୁରି ମଧ୍ୟ ମହିଳାଜଣଙ୍କ ସଠିତ ଟ୍ରାନ୍ସଫର ଓ ପୋଷ୍ଟିଂ ମିଳୁନଥିବା କହିଛନ୍ତି । ଅସୁରକ୍ଷିତ ସ୍ଥାନକୁ ସେମାନଙ୍କୁ ପଠାଯାଉଛି । ଏଥିପାଇଁ ସଙ୍ଘର୍ଷ କରିବାକୁ ପଡୁଥିବା ସେ କହିଛନ୍ତି । ତେବେ ମହିଳାଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି । ଅନେକ ୟୁଜର ମଧ୍ୟ କାଶ୍ମୀର ପଣ୍ଡିତଙ୍କ ପାଇଁ ସୁରକ୍ଷା ଦାବି କରିଛନ୍ତି ।

Related Posts