ରାଜୀବ କୁମାର ହେବେ ମୁଖ୍ୟ ନିର୍ବାଚନ କମିଶନର: ଆଜି ନେବେ ଦାୟିତ୍ବ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କ ଅବସର ପରେ ଆଜି ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେବେ ରାଜୀବ କୁମାର । ଏନେଇ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଆଜି ଦାଇତ୍ୱ ଗ୍ରହଣ କରିବେ | ଆଜି ସିଇସି ଭାବେ ଦାୟିତ୍ବ ଗ୍ରହଣ କରିବେ ରାଜୀବ କୁମାର । ଗତକାଲି (ଶନିବାର) ଅବସର ନେଇଛନ୍ତି ସୁଶୀଲ ଚନ୍ଦ୍ରା ।

ବିହାର ଝାଡଖଣ୍ଡ କ୍ୟାଡର 1948 ବ୍ୟାଚ ଆଇଏସ ଅଧିକାରୀ ରାଜୀବ କୁମାର 2022 ମେ 15ରୁ 2025 ଫେବୃଆରୀ 18 ଯାଏଁ ମୁଖ୍ୟ ନିର୍ବାଚନ କମିଶନର ପଦ ସମ୍ଭାଳିବେ । ସମ୍ବିଧାନ ଅନୁସାରେ କମିଶନରଙ୍କ କାର୍ଯ୍ୟକାଳ 6 ବର୍ଷ କିମ୍ବା 65 ବର୍ଷ ବୟସ ପର୍ଯ୍ୟନ୍ତ ପରିପାରିବେ । ସମ୍ବିଧାନ ଧାରା 324ର ଖଣ୍ଡ (2) ଆଧାରରେ ରାଜୀବ କୁମାରଙ୍କୁ ରାଷ୍ଟ୍ରପତି ସିଇସି ଭାବେ ନିଯୁକ୍ତି କରିଛନ୍ତି ।

ପ୍ରକାଶ ଥାଉ କି, ଆଗାମୀ ଦିନରେ ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନକୁ ରାଜୀବ କୁମାର ପରିଚାଳନା କରିବେ । ରାଜୀବ କୁମାର 37 ବର୍ଷରୁ ଅଧିକ ଦିନ ସେବା ଯୋଗାଇ ଆସୁଛନ୍ତି । ସେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରରେ କାର୍ଯ୍ୟ କରିଛନ୍ତି ।

ବି.ଏସସି, ଏଲଏଲବି, ପିଡିଡିଏମ ଓ ଏମଏ ପବ୍ଲିକ ପଲିସି ଭଳି ଡିଗ୍ରୀ ହାସଲ କରିଥିବା ରାଜୀବଙ୍କର ସାମାଜିକ କ୍ଷେତ୍ର, ମାନବ ସମ୍ବଳ, ଅର୍ଥ ଏବଂ ବ୍ୟାଙ୍କିଙ୍କ କ୍ଷେତ୍ରରେ ଅଭିଜ୍ଞତା ରହିଛି । ସେ 2020ରେ କେନ୍ଦ୍ର ଅର୍ଥ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । 2020 ସେପ୍ଟେମ୍ବର 1ରେ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

Related Posts