ଜେଲରୁ ବାହାରିଲେ କେଜରିୱାଲ

ଭୁବନେଶ୍ୱର,୧୦/୫(ସତ୍ୟପାଠ ବ୍ୟୁରୋ):     ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ଦେଇଥିଲେ। ଜାମିନ ପାରେ ତାହାର ଜେଲରୁ ବାହାରିଛନ୍ତି। ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ପାଇଁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି। ଜୁନ ୨ ତାରିଖ ପୂର୍ବରୁ ତାଙ୍କୁ ସମର୍ପଣ କରିବାକୁ ପଡ଼ିବ। 

ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ସହିତ ସୁପ୍ରିମକୋର୍ଟ ଅନେକ କଡା ସର୍ତ୍ତ ରଖିଛନ୍ତି। କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଆଦେଶରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ସଚିବାଳୟକୁ ଯିବେ ନାହିଁ।

ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିର୍ଦ୍ଦେଶ ବିନା କେଜରିୱାଲ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିବେ ନାହିଁ। ୫୦,୦୦୦ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଜେଲରୁ ବାହାରିବା ପରେ ଅରବିନ୍ଦ କେଜରିୱାଲ ଦିଲ୍ଲୀ ଏକ୍ସାଇଜ ପଲିସିରେ ତାଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବେ ନାହିଁ କିମ୍ବା କୌଣସି ବୟାନ ଦେବେ ନାହିଁ। ଏହା ସହିତ ସେ କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା କରିବେ ନାହିଁ କିମ୍ବା ଏହି ମାମଲା ସହ ଜଡିତ କୌଣସି ସରକାରୀ ଫାଇଲକୁ ପ୍ରବେଶ କରିବେ ନାହିଁ। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କୌଣସି ସାଧାରଣ ରେଖା ଟାଣିବା ଉଚିତ ନୁହେଁ। 

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା। ଏହା ପରେ ତାଙ୍କୁ ଇଡି ୧୦ ଦିନ ରିମାଣ୍ଡରେ ନେଇଥିବା ବେଳେ ଏପ୍ରିଲ ୧ ତାରିଖରେ ଟ୍ରାୟଲ କୋର୍ଟ କେଜରିୱାଲଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହିପରି କେଜରିୱାଲ ଗିରଫ ପରଠାରୁ ଏପର୍ଯ୍ୟନ୍ତ ୫୧ ଦିନ ମଧ୍ୟରୁ ୪୧ ଦିନ ଜେଲରେ କଟାଇଛନ୍ତି।

Related Posts