ପିଲାମାନଙ୍କୁ ‘ଦେଶ ପ୍ରେମ’ ଶିକ୍ଷା ଦେବେ କେଜରିୱାଲ ସରକାର, ଦିଲ୍ଲୀର ସବୁ ସରକାରୀ ବିଦ୍ୟାଳୟରେ ଲାଗୁ ହେବ ଦେଶପ୍ରେମ ପାଠ୍ୟକ୍ରମ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆମ ଆଦମୀ ପାର୍ଟି ସରକାର ଦିଲ୍ଲୀରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟବସ୍ଥାର ଗୁରୁତ୍ଵ ଦେଉଥିବା ନେଇ ଚର୍ଚ୍ଚା ହୁଏ। ଆପ ସରକାର ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିଆସିଛି । କିନ୍ତୁ ଏବେ ଦିଲ୍ଲୀ ସରକାରୀ ସ୍କୁଲରେ ପଢୁଥିବା ପ୍ରତ୍ୟେକ ପିଲାଙ୍କୁ ଦେଶଭକ୍ତି ଶିଖାଯିବ। ପିଲାଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଜାତୀୟତାର ଭାବନା ସୃଷ୍ଟି କରିବା ପାଇଁ SCERT ଶୁକ୍ରବାର ଦିନ ଦେଶଭକ୍ତ ପାଠ୍ୟକ୍ରମ (Deshbhakti Curriculum)ର ଢାଞ୍ଚା ପ୍ରସ୍ତୁତ କରିଛନ୍ତି।

ଚଳିତ ଶିକ୍ଷା ବର୍ଷ ଠାରୁ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟରେ ଦେଶଭକ୍ତ ପାଠ୍ୟକ୍ରମ ଲାଗୁ ହେବ। ଉଲ୍ଲେଖନୀୟ କଥା ହେଉଛି, ଭାରତ ସ୍ୱାଧୀନତା ହେବାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶଭକ୍ତ ପାଠ୍ୟକ୍ରମ କମିଟିର ସୁପାରିଶକୁ ଆଧାର କରି ଦେଶଭକ୍ତ ପାଠ୍ୟକ୍ରମର ରୂପରେଖ SCERT ନିର୍ଦ୍ଦେଶକ ରଜନୀଶ କୁମାର ସିଂଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ଆମର ମୂଲ୍ୟବୋଧ ଏବଂ କାର୍ଯ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଏବଂ ସମାନତା, ଭ୍ରାତୃଭାବ ଏବଂ ନ୍ୟାୟର ସାମ୍ବିଧାନିକ ଆଦର୍ଶକୁ ସେମାନଙ୍କର ଦୈନନ୍ଦିନ ଜୀବନରେ ଅନୁସରଣ କରିବା ଜରୁରୀ ଅଟେ।

ଛାତ୍ର, ଶିକ୍ଷକ, ଅଭିଭାବକ, ନାଗରିକ ସମାଜ ସଂଗଠନ ଏବଂ ସାହିତ୍ୟ ସମୀକ୍ଷା ଉପରେ ଆଧାର କରି ସର୍ବୋଦୟା କନ୍ୟା ବିଦ୍ୟାଳୟ ମୋତି ବାଗର ପ୍ରିନ୍ସପାଲ୍ ରେନୁ ଭାଟିଆ ଏବଂ DIET ଆର.କେ ପୁରାମର ପୂର୍ବତନ ପ୍ରିନ୍ସପାଲ୍ ଶାରଦା କୁମାରୀ ଏହାର ସୁପାରିଶ କରିଛନ୍ତି।

କମିଟି କହିଛି ଯେ ଫ୍ରେମ୍ ୱାର୍କରେ ତିନୋଟି ପ୍ରାଥମିକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ଦେଶଭକ୍ତ ପାଠ୍ୟକ୍ରମକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ କରାଯିବ। ଦେଶ ପାଇଁ ପ୍ରେମ ଏବଂ ଗର୍ବ, ଦାୟିତ୍ୱ ଏବଂ କର୍ତ୍ତବ୍ୟ ବିଷୟରେ ସଚେତନତା ଏବଂ ଦେଶ ପାଇଁ ବଳିଦାନ ଦେବାର ପ୍ରତିବଦ୍ଧତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯିବ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ନୂତନ ଶିକ୍ଷା ନୀତିରେ ଦର୍ଶାଯାଇଥିବା ପରି ମୌଳିକ କର୍ତ୍ତବ୍ୟ ତଥା ସାମ୍ବିଧାନିକ ମୂଲ୍ୟବୋଧ, ଦେଶ ସମ୍ପର୍କ ଓ ଏହାର ଭୂମିକା ଏବଂ ଦାୟିତ୍ବ ପ୍ରତି ସଚେତନତା ସୃଷ୍ଟି କରିବା ହେଉଛି ଦେଶଭକ୍ତ ପାଠ୍ୟକ୍ରମର ଲକ୍ଷ୍ୟ ।

Related Posts