ଟୋକିଓ ଅଲିମ୍ପିକ୍ସ : ଭାରତୀୟ ମହିଳା ହକି ଟିମ୍ ର ଫିଟନେସ୍ ପଛର ରାଜ୍ gherkin-in-vinegar pickle

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ମଉଳି ଯାଇଛି ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ଭାରତୀୟ ମହିଳା ଟିମ୍। ପ୍ରବଳ ଉଦ୍ୟମ ସତ୍ତ୍ୱେ ଭାରତୀୟ ଟିମ୍ ଗୋଲ ପରିଶୋଧ କରିପାରିନଥିଲା। ହେଲେ ମହିଳା ଖେଳାଳୀଙ୍କ ଲଢୁଆ ଖେଳ ଦେଶର ହକି ପ୍ରେମୀଙ୍କ ମନ ଜିଣିନେଇଛି। ଭାରତୀୟ ଟିମ ଅନ୍ୟ ମହିଳା ଦଳ ତୁଳନାରେ ପ୍ଏଣ୍ଟ ଟେବୁଲରେ ଟପ୍ ରେ ରହିଥିଲା ​। ତେବେ ମହିଳା ହକି ଟିମ୍ ର ଫିଟନେସ୍ ପଛର ରହସ୍ୟ ହେଉଛି gherkin-vinegar।

ଭାରତୀୟ ଟିମର ଫିଟନେସ୍ କୋଚ୍ ୱେନ ଲୋମ୍ବାର୍ଡ କହିଛନ୍ତି, “ ବାସ୍ତବବରେ ଏହା ହେଉଛି ଏକ ର’ ପିକିଲ୍ , ଏହା କୌଣସି ସୁସ୍ବାଦୁ ବ୍ୟଞ୍ଜନ ନୁହେଁ। ସେ କହିଛନ୍ତି “ମୁଁ ଜାଣେ ନାହିଁ ସେମାନେ କିପରି ଏହା ବିଷୟରେ ଜାଣିଲେ । କିନ୍ତୁ ଖେଳାଳି ମାନେ ଏହାକୁ କେହି କେହି ଅନିୟମିତ ଭାବରେ ବ୍ୟବହାର କଲେ, ଏହା ପରେ ବହୁ ରିସର୍ଚ୍ଚ କରାଯାଇଥିଲା ଏବଂ ଏହାର ସଫଳତା ପରିଲିକ୍ଷିତ ହୋଇଥିଲା।”ମହିଳା ହକି ଟିମ୍ ର କୋଚ୍ କୁହନ୍ତି ଦଳର ଫିଟନେସରେ ଉନ୍ନତି ଆଣିବାରେ ୱେନ ଲୋମ୍ବାର୍ଡଙ୍କ ଅଦ୍ଭୁତପୂର୍ବ ପରିଶ୍ରମ ରହିଛି ବୋଲି ସେ କହିଛନ୍ତି।

ଲୋମ୍ବାର୍ଡ କହିଛନ୍ତି ଏହି ଦକ୍ଷିଣ ଆଫ୍ରିକୀୟ ଖଟା ଉପରେ ଏକାଧିକ ଅଧ୍ୟୟନ ହୋଇଛି । ତେବେ ଏହି ରିସର୍ଚ୍ଚରୁ ଜଣା ପଡ଼ିଛି ଯେ , ଏହି ଖଟା (pickle) ସେବନ କରିବା ଦ୍ଵାରା ଶରୀରର ମାଂସପେଶୀ କଷ୍ଟରୁ ମୁକ୍ତି ମିଳିଥାଏ। ସେ କହିଛନ୍ତି ଯେ ଭିନେଗାର ଏକ ରିଫ୍ଲେକ୍ସ ସୃଷ୍ଟି କରେ ଯାହା ଖେଳାଳୀଙ୍କ ମସ୍ତିଷ୍କ ଜାମ୍ ରଖିବାରୁ ଆରାମ୍ ପ୍ରଦାନ କରିଥାଏ। ଏହିପରି, ଭିନେଗାର ପାଟିରେ ଥିବା ରିସେପ୍ଟରକୁ ଛୁଇଁବା ମାତ୍ରେ ମାଂସପେଶୀ ଆରାମ ହୋଇଯାଏ ।

ଲୋମ୍ବାର୍ଡ ଭାରତୀୟ ଦଳ ସହିତ ପ୍ରଥମ ଥର ପାଇଁ ଏହି ଚଳିତ ବର୍ଷ ଜାନୁଆରୀରେ ଆର୍ଜେଣ୍ଟିନା ଗସ୍ତ ସମୟରେ ବ୍ୟବହାର କରିଥିଲେ। ମହାମାରୀ ସମୟରେ ଭାରତୀୟ ଟିମର ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ଥିଲା। ସେହି ଟୁର୍ ସମୟରେ, ଜଣେ ଖେଳାଳି କ୍ରମ୍ପର ଶିକାର ହୋଇଥିଲେ, ଫଳରେ ଭାରତୀୟ ଖେଳାଳିଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଥିଲା।
ଲୋମ୍ବର୍ଡ କହିଛନ୍ତି, “ମୁଁ ଏହି ରସ ବିଷୟରେ ପୂର୍ବରୁ ଅବଗତ ଥିଲି ତେଣୁ ଏହାର ବ୍ୟବହାର କଲୁ ଫଳରେ ଖେଳାଳି ଜଣକ ଠିକ୍ ହୋଇଗଲେ।
ତେଣୁ, ଯେତେବେଳେ ଖେଳାଳିମାନେ ଟୋକିଓ ପାଇଁ ବ୍ୟାଗ ପ୍ୟାକ୍ କରୁଥିଲେ, ସେତେବେଳେ ଲୋମ୍ବର୍ଡ gherkin, vinegar କିଣିବାରେ ବ୍ୟସ୍ତ ଥିଲେ। ସେ କହିଛନ୍ତି ଏହାକୁ ଖାଇବା ପାଇଁ ଦୁଇଟି ଉପାୟ ଅଛି । ସେ ଟୋକିଓକୁ ଏଥିରୁ ପ୍ରାୟ ୧୦୦ପ୍ୟାକେଟ୍ ନେଇଥିଲେ। “ଯେତେବେଳେ ବ୍ୟାକ୍-ଟୁ-ବ୍ୟାକ୍ ଖେଳ ଥିଲା, ସେତେବେଳେ ମହିଳା ଖେଳାଳି ମାନେ ବ୍ରେକଫାଷ୍ଟ ପରେ ସେବନ କରନ୍ତି କିମ୍ବା ଖେଳ କେବେ ହେବ ତାହା ଉପରେ ନିର୍ଭର କରେ। ଏବଂ ତା’ପରେ, ଯଦି କ୍ରମ୍ପ ହୋଇଥାଏ ତେବେ ଏଥିରୁ ଅତିରିକ୍ତ ସଟ୍ ନିଅନ୍ତି।

ଲୋମ୍ବର୍ଡ କହିଛନ୍ତି, “ଯେତେବେଳେ ମୁଁ ପ୍ରଥମେ ଆସି ଖେଳାଳିଙ୍କ ପ୍ରୋଫାଇଲ୍ ଦେଖିଲି, ମୁଁ ଭାବିଲି ଏମାନଙ୍କ ପାଇଁ ବହୁତ ପରିଶ୍ରମ କରିଵାକୁ ପଡିବ। ଏହାର ଦୁଇ ବର୍ଷ ମଧ୍ୟରେ ଫଳାଫଳ ଆକର୍ଷଣୀୟ ଥିଲା। “ଉଦାହରଣ ସ୍ୱରୂପ, ଯେତେବେଳେ ମୁଁ ପ୍ରଥମେ ଆସିଥିଲି, ୟୋ-ୟୋ ପରୀକ୍ଷା ସଂଖ୍ୟା ବୋଧହୁଏ ହାରାହାରି ୧୬ କିମ୍ବା ୧୭ ଥିଲା। ବର୍ତ୍ତମାନ, ଏହା 19, 20, 21… ଆମର ଫିଟ୍ । ଲୋମ୍ବର୍ଡ ରେସଲର ଭିନେଶ ଫୋଗାଟଙ୍କ ସମେତ ଅନ୍ୟାନ୍ୟ ଭାରତୀୟ ଆଥଲେଟ୍ ଙ୍କ ସହ କାମ କରିଛନ୍ତି ।

Related Posts