କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକାଠି କରୁଛନ୍ତି କେଜ୍ରିୱାଲ; ନୀତୀଶଙ୍କ ପରେ ମମତାଙ୍କୁ ଭେଟି ଲୋଡିଲେ ସମର୍ଥନ

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଅସଲ କ୍ଷମତା କାହା ପାଖରେ ରହିବ। କେନ୍ଦ୍ର ସରକାର ନା ଦିଲ୍ଲୀ ସରକାର। ଏନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ଵତନ୍ତ୍ର ଅଧ୍ୟାଦେଶ ଆଣି ନିଜ ହାତକୁ କ୍ଷମତା ନେଇଯାଇଛନ୍ତି କେନ୍ଦ୍ର ସରକାର। ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି। ନିଜ ସପକ୍ଷରେ ବିରୋଧୀଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିବା ପରେ ମଙ୍ଗଳବାର ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟଛନ୍ତି ଅରବିନ୍ଦ କେଜରୀୱାଲ ।

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଧିକାର ରହିବା ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଯେପରି ରାଜ୍ୟ ସଭାରେ ପାରିତ ନହୁଏ, ସେଥିପାଇଁ ବିଜେପି ବିରୋଧୀଙ୍କୁ ଭେଟି ସମର୍ଥକ ଲୋଡୁଛନ୍ତି ଅରବିନ୍ଦ କେଜ୍ରିୱାଲ । ବିହାରର ଆରଜେଡି ଏବଂ ଜେଡିୟୁର ସମର୍ଥନ ପରେ ଆପ କୁ ମିଳିଛି ଟିଏମସିର ସମର୍ଥନ ମିଳିଛି । ରାଜ୍ୟସଭାରେ ଏହି ଅଧ୍ୟାଦେଶ ବିରୋଧରେ ଭୋଟ ଦେବେ ବୋଲି କେଜରୀୱାଲଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମମତା । ଆଉ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟପାଳ ଏବଂ ଅଧ୍ୟାଦେଶ ମାଧ୍ୟମରେ ରାଜ୍ୟଗୁଡିକରେ ଶାସନ କରିବାକୁ ଚାହୁଁଛନ୍ତି ।

ଏନେଇ କେଜ୍ରିୱାଲ କହିଛନ୍ତି ,ଯଦି କେନ୍ଦ୍ରର ଏହି ଅଧ୍ୟାଦେଶ ରାଜ୍ୟ ସଭାରେ ପାରିତ ନହୁଏ, ତେବେ ଏହା ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଏହା ସେମି ଫାଇନାଲ ହେବ । ଦିଲ୍ଲୀରେ ପ୍ରଶାସନିକ ଅଧିକାରୀ ନିଯୁକ୍ତି ଏବଂ ବଦଳି କ୍ଷେତ୍ରରେ କେନ୍ଦ୍ର ସରକାର କରିଥାନ୍ତି । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ କେଜରୀୱାଲ ସରକାର । ମାମଲାର ଶୁଣାଣି କରି ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଉପରେ କେବଳ ନିର୍ବାଚିତ ସରକାରର ଅଧିକାର ରହିବ ବୋଲି କହିଥିଲେ ସୁପ୍ରିମକୋର୍ଟ । ଯାହା ବିରୋଧରେ ଅଧ୍ୟାଦେଶ ଆଣିଛନ୍ତି ମୋଦୀ ସରକାର ।

Related Posts