ଖଣି ମାଫିଆଙ୍କ କବ୍‌ଜାରେ ଓଡ଼ିଶା ସରକାର:କେଜରିୱାଲ୍‌

ନବୀନ ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଓଡ଼ିଶା ସରକାର ଖଣି ମାଫିଆଙ୍କ କବ୍‌ଜାରେ ପଡ଼ିଛନ୍ତି । ଓଡ଼ିଶାରୁ ମାଫିଆମାନେ ମନଇଚ୍ଛା ଖଣି ଲୁଟ୍‌ କରୁଛନ୍ତି । ଏଥିରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ଓଡ଼ିଶା ସରକାର । ଓଡ଼ିଶା ଗସ୍ତରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ଏମିତି କହି ନବୀନ ସରକାରଙ୍କୁ କରିଛନ୍ତି ଟାର୍ଗେଟ୍‌ । ଭୁବନେଶ୍ବରରେ ଆୟୋଜିତ ସାମାଜିକ ନ୍ୟାୟ ଅଭିଯାନ ନାମକ ସଭାରେ କେଜରିୱାଲ୍‌ ଓଡ଼ିଶାର ବିଜେଡି ସମେତ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି ।

କେଜରିୱାଲ୍‌ କହିଛନ୍ତି, ସ୍ବାଧୀନତାର 70 ବର୍ଷ ପରେ ବି ଦେଶରେ ବିକାଶ ହୋଇପାରିନାହିଁ । ଏବେ ବି ଦେଶରେ କୋଟି କୋଟି ଲୋକ ଗରିବ ଅଛନ୍ତି । ସବୁଠାରୁ ଅଧିକ ଗରିବ ଲୋକ ଅଛନ୍ତି ଓଡ଼ିଶାରେ । କଂଗ୍ରେସ, ବିଜେପି, ବିଜେଡି ସମସ୍ତେ ଦେଶକୁ ଲୁଟୁଛନ୍ତି । ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉ ନ ଥିଲେ ବି ସେଠାରେ ଲୋକଙ୍କୁ 1 ଟଙ୍କା ଦରରେ ବିଜୁଳି ଦିଆଯାଉଛି ।

କିନ୍ତୁ ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଥିଲେ ବି ଲୋକଙ୍କୁ ବିଜୁଳି ୟୁନିଟ୍‌ ପିଛା 5 ଟଙ୍କା ଦେଉଛନ୍ତି । ଦିଲ୍ଲୀରେ ସରକାରୀ ସ୍କୁଲ ଗୁଡ଼ିକରେ ଘରୋଇ ସ୍କୁଲଠାରୁ ଏବେ ଭଲ ରେଜଲ୍ଟ ହେଉଛି । ପୂର୍ବରୁ ଘରୋଇ ସ୍କୁଲ ଗୁଡ଼ିକ ଲୋକଙ୍କୁ ଲୁଟୁଥିଲେ, ମନ ଇଚ୍ଛା ଫି ଆଦାୟ କରୁଥିଲେ । କିନ୍ତୁ ଆମ୍‌ ଆଦମୀ ପାର୍ଟିର ସରକାର ଆସିବା ପରେ ଘରୋଇ ସ୍କୁଲ ଗୁଡ଼ିକ ଆଉ ଫି ବଢ଼ାଇ ନାହାନ୍ତି ।

Related Posts