ଆପ୍‌ର ଲକ୍ଷ୍ୟ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ କେଜ୍ରିଓ୍ଵାଲ : ହରିୟାଣା ପ୍ରଭାରୀ

ଆଦମୀ ପାର୍ଟି(ଆପ୍)ର ପଞ୍ଜାବ ବିଧାନସଭା ନିର୍ବାଚନରେ ଆକାଶ ଛୁଆଁ ସଫଳତା ପରେ ଏବେ ‘ଆପ୍’ ନୂଆ ଶିଖର ଛୁଇଁଛି । ଏବେ ‘ଆପ୍’ର ନଜର ହରିୟାଣା ନିର୍ବାଚନ ଉପରେ ଥିବା ବେଳେ, କିନ୍ତୁ ଭବିଷ୍ୟତ ରେ ‘ଆପ୍’ ର ନଜର ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ଉପରେ ରହିଛି। ଏହାର ଖୁଲାସା ଆଜି ଖୋଦ୍ ଆପ୍‌ର ରାଜ୍ୟସଭା ସଂସଦ୍ୟ ତଥା ପାର୍ଟିର ହରିୟାଣା ପ୍ରଭାରୀ ଡ.ସୁଶୀଲ ଗୁପ୍ତା କହିଛନ୍ତି। ଆପ୍ ବର୍ତ୍ତମାନ ପଞ୍ଜାବ ଜିତିଛି ଏବଂ ଏବେ ନଜର ହରିୟାଣା ଉପରେ ରହିଛି। ହରିୟାଣାର ଅନେକ ବଡ ନେତା ପାର୍ଟିର ସଂପର୍କରେ ଅଛନ୍ତି। ଗୁପ୍ତା ପଞ୍ଜାବରେ ପାର୍ଟିକୁ ମିଳିଥିବା ପ୍ରଚଣ୍ଡ ବହୁମତକୁ ନେଇ ଜିନ୍ଦ ଜିଲ୍ଲାରେ ଆୟୋଜିତ ବିଜୟ ଯାତ୍ରା ସମୟରେ ସାମ୍ଵାଦିକଙ୍କୁ କହିଛନ୍ତି, ଆଗାମୀ ସମୟରେ ପାର୍ଟି ମ୍ୟୁନିସିପାଲଟି ଏବଂ ପଞ୍ଚାୟତ ନିର୍ବାଚନ ପାର୍ଟି ଚିହ୍ନରେ ଲଢିବ।

ଗୁପ୍ତା କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଗୁଡୁ ଥିବା ବେଳେ, ଦୁଷ୍କର୍ମ ମାମଲା ଅପରାଧ ବଢ଼ିବାକୁ ଲାଗୁଛି । ହରିୟାଣାରେ ରୋଜଗାରର କୌଣସି ସାଧନ ନାହିଁ। ଯୁବ ବର୍ଗ ହତାଶ ହୋଇ ବସିଛନ୍ତି। ସର୍ବସାଧାରଣରେ ଲୁଟ୍‌ପାଟ୍, ଡକାୟତି ହେଉଛି। ଲୋକଙ୍କୁ ବିଜେପି ସରକାର ପ୍ରତି ମୋହଭଙ୍ଗ ହେବାରେ ଲାଗିଛି।

ତେଣୁ ଆଗାମୀ ସମୟରେ ହରିୟାଣାରେ ମଧ୍ୟ ସଚ୍ଚୋଟ ସରକାର ଗଠନ ହେବ। ଦିଲ୍ଲୀରେ ଆପ୍ ସରକାର ଯେଉଁ ବିଜୁଳି, ପାଣି, ସଡକ, ହସ୍ପିଟାଲ ଏବଂ ଶିକ୍ଷା ସୁବିଧା ପ୍ରଦାନ କରୁଛି, ସେହି ସୁବିଧା ଏବେ ପଞ୍ଜାବବାସୀଙ୍କୁ ମିଳିବ। ଯଦି ହରିୟାଣାରେ ସରକାର ଗଠନ ହୁଏ ତେବେ ହରିୟାଣା ବାସୀଙ୍କୁ ମଧ୍ଯ ଏହି ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ପାର୍ଟି ସ୍ଥିର କରିଛି, ସ୍ଵଚ୍ଛ ଭାବମୂର୍ତ୍ତି ଏବଂ ସଚ୍ଚୋଟ ବ୍ୟକ୍ତିଙ୍କୁ ହିଁ ପାର୍ଟିରେ ସାମିଲ୍ କରିବ । ଯାହାଙ୍କ ଦ୍ଵାରା ଦେଶର ଉନ୍ନତି ହୋଇପାରିବ ।

Related Posts