ବଢିଲା କେଜ୍ରିୱାଲଙ୍କ ଅଡୁଆ; ଏପ୍ରିଲ ୧ ଯାଏ ରହିବେ ଇଡି ରିମାଣ୍ଡରେ

ଭୁବନେଶ୍ୱର,୨୮/୩(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢ଼ିଛି ଅଡୁଆ। ଗିରଫ ପରେ ଇଡି କେଜ୍ରିୱାଲଙ୍କୁ ପ୍ରଥମେ ୧୦ ଦିନ ପାଇଁ ରିମାଣ୍ଡରେ ନେଇଥିଲା ଏବେ ତାହା ସାମପ୍ତ ହୋଇଯାଇଛି । ଏହା ମଧ୍ୟରେ ପୁଣି ୭ ଦିନ ରିମାଣ୍ଡ ପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଥିବା ବେଳେ ରାଉଜ ଏଭିନ୍ୟୁ କୋର୍ଟ ୫ ଦିନିଆ ରିମାଣ୍ଡକୁ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ଏପ୍ରିଲ ପହିଲା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଇଡି ତରଫରୁ ମାମଲା ଲଢୁଥିବା ଓକିଲ ରାଜୁ କହିଥିଲେ କି, କେଜ୍ରିୱାଲଙ୍କର ବୟାନ ରେକର୍ଡ କରାଯାଇଛି । ହେଲେ ଏହି ବୟାନର କିଛି ତାଳମେଳ ରହୁନାହିଁ । ଏହାସହ କେଜ୍ରିୱାଲ ଇଲେକ୍ଟ୍ରୋନିକ୍ସ ଡିଭାଇସର ପାସୱାଡ ଦେଉ ନଥିବା ରାଜୁ କୋର୍ଟଙ୍କୁ ଜଣାଇଥିଲେ । ଏହାକୁ ନେଇ ନିଜ ତରଫରୁ କିଛି କହିବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ କେଜ୍ରିୱାଲ । ହେଲେ କୋର୍ଟ କହିଥିଲେ କି, ଯାହା କହିବାର ଅଛି ତାହା ଓକିଲଙ୍କ ମାଧ୍ୟମରେ ଲିଖିତ ଆକାରରେ କୋର୍ଟଙ୍କୁ ଜଣାଇପାରିବେ ।

Related Posts