ନବୀନଙ୍କ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ବିଗ୍ ଜିରୋ: ମୁନ୍ନା ଖାଁ

ଭୁବନେଶ୍ୱର,୨୮/୩(ସତ୍ୟପାଠ ବ୍ୟୁରୋ): ଆଜି ବିଜେପିରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକସଭା ସାସଂଦ ସିଦ୍ଧାନ୍ତ ମହାପାତ୍ର ଯୋଗଦେବା ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି। ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି, ନବୀନଙ୍କ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ହେଉଛନ୍ତି ବିଗ୍ ଜିରୋ । ଜଣେ ୨୬ ବର୍ଷ ସାଂସଦ ଥିଲେ ଏବଂ ଜଣେ ୧୦ ବର୍ଷ ସାଂସଦ ଥିଲେ । ଉଭୟ ବିଜେଡି ଓ ନବୀନଙ୍କ ଦୟାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେମାନଙ୍କର ନିଜସ୍ୱ ବୋଲି କିଛି ନଥିଲା ନା ଭବିଷ୍ୟତରେ ଅଛି।

ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି, ‘ନବୀନଙ୍କ ବିନା ଦୁଇ ଜଣଙ୍କର କିଛି ନିଜସ୍ୱ ନାହିଁ। ଉଭୟ ହେଉଛନ୍ତି ବିଗ୍ ଜିରୋ । ନବୀନଙ୍କ ନାଁ ବିନା ଏମାନେ ୱାର୍ଡ ମେମ୍ବର ଟିଏ ଜିତାବର ମଧ୍ୟ ସାମର୍ଥ୍ୟ ନାହିଁ । ଜଣେ ୨୬ ବର୍ଷର ସାଂସଦ ଥିବାବେଳେ ଅନ୍ୟ ଜଣେ ୧୦ ବର୍ଷ ସାଂସଦ ଥିଲେ । ବିଜେଡି ଏବଂ ନବୀନ ବାବୁଙ୍କ ଦୟାରୁ ସେମାନେ ନିର୍ବାଚିତ ହୋଇଥିଲେ’ । ‘ବିଜେପି ଖୁବ୍ କମ ଦିନରେ ଜାଣିଯିବ ଉଭୟ ଭର୍ତ୍ତୃହରି ଓ ସିଦ୍ଧାନ୍ତ ଦଳ ପାଇଁ କେତେ ଉପଯୋଗୀ। ନବୀନ ବାବୁ ବହୁତ ଥର ଏମାନଙ୍କୁ ସାଂସଦ କଲେ । ସେମାନେ ଆଜି ନବୀନ ବାବୁଙ୍କୁ ଛାଡି ବିଜେପିରେ ମିଶି ବଡ ଧୋକାବାଜ କାମ କରିଛନ୍ତି । ସେମାନେ ତା’ର ଫଳ ନିଶ୍ଚୟ ଭୋଗିବେ’। ୧୦ ବର୍ଷ ଧରି ସାଂସଦ ଥିବା ନେତା ସିଦ୍ଧାନ୍ତ ମହାପାତ୍ର ଦିନେ ହେଲେ ଓଡ଼ିଶାର ଦାବିକୁ ଦିନେ ହେଲେ ସଂସଦରେ ଉଠାଇ ନାହାନ୍ତି । ଦଳ ତାଙ୍କ ଉପରେ ଦୟା ଦେଖାଇକି ତାଙ୍କୁ ଦ୍ବିତୀୟ ଥର ସାଂସଦ କରିଥିଲା । ଉଭୟ ବିଜେଡି ଛାଡିଥିଲେ ମଧ୍ୟ ଏହାର ପ୍ରଭାବ ଦଳ ଉପରେ ଆଦୌ ପଡିବ ନାହିଁ ବୋଲି ମୁନ୍ନା ଖାଁ କହିଛନ୍ତି ।

Related Posts