ବିଜେପିରେ ମିଶିଲେ ବିଜେଡିର କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ

ଭୁବନେଶ୍ୱର,୨୨/୪(ସତ୍ୟପାଠ ବ୍ୟୁରୋ):  ୨୦୨୪ ବିଧାନସଭା ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳ ମାନଙ୍କର ଅଙ୍କକଷା ଚାଲିଥିବା ସମୟରେ ସରୁନି ନେତାଙ୍କର ଦଳଡିଆଁ। ଏହି ମଧରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ।

 ରୋଚକ ପାଲଟିଛି କେନ୍ଦ୍ରାପଡା ରାଜନୀତି। କିଛି ସମୟପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ  ଥିଲେ ଗୀତାଞ୍ଜଳି ସେଠୀ। କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଦଳର ସଭାପତିଙ୍କୁ ପଠାଇଲେ ନିଜ ଇସ୍ତଫାପତ୍ର। କେନ୍ଦ୍ରାପଡ଼ାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ଛାଡ଼ିଥିବା ସେ କହିଥିଲେ। ଏବଂ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଏବଂ ଏହି ଚର୍ଚ୍ଚାକୁ କୁ ସତ ହୋଇଛି ବିଜେଡି ଛାଡ଼ୁ ଛାଡ଼ୁ ବିଜେପିରେ ଯୋଗ ଦେଇଛନ୍ତି ଗୀତାଞ୍ଜଳି ସେଠୀ।

Related Posts