କୋଭିଡ ସଂକ୍ରମଣରେ କେନ୍ଦୁଝର ଡିଭିଜନାଲ ଟ୍ରାଫିକ ଇନସପେକ୍ଟରଙ୍କ ମୃତ୍ଯୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋରନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଲେ କେନ୍ଦୁଝର ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ପ୍ରଦୀପ କୁମାର ମହାନ୍ତି (୫୩) । ଦକ୍ଷିଣପୂର୍ବ ରେଳବାଇର କେନ୍ଦୁଝର ରେଳଷ୍ଟେସନରେ ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ଭାବେ କାମ କରୁଥିଲେ ପ୍ରଦୀପ ମହାନ୍ତି । ୨୦ ଦିନ ଧରି ସେ ଭୁବନେଶ୍ୱର ସ୍ଥିତ ସମ ଅଲଟିମେଟରେ ଚିକିତ୍ସିତ ହେଉଥିଲେ । ଗତ ବୁଧବାର ୧୨ ତାରିଖରେ ତାଙ୍କ ର ଦେହାନ୍ତ ହୋଇଯାଇଛି । କେନ୍ଦୁଝରରେ ସେ ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କ ସହିତ ରହୁଥିଲେ । ପ୍ରଦୀପ ମହାନ୍ତି ପ୍ରଥମେ କେନ୍ଦୁଝରରୁ କୋଭିଡ ପଜେଡିଭ ଚିହ୍ନଟ ହୋବାପରେ ତାଙ୍କ କେନ୍ଦୁଝର ଘରେ ରହି ଚିକିତ୍ସତି ହେଉଥିଲେ । ସେ ସେଠାରେ ଅଧିତ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲର ସମ ଅଲଟିମେଟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ୨୦ ଦିନ ଧରି ପ୍ରଦୀପ ମହାନ୍ତି ସମ ଅଲଟିମେଟର ଆଇସିଉରେ ଚିକିତ୍ସିତ ହେଉଥିଲେ । କଟକ ଚାଉଳିଆଗଞ୍ଜ ସ୍ଥିତ ଅପର୍ଣ୍ଣାନଗରରେ ପ୍ରଦୀପ କୁମାର ମହାନ୍ତି ଙ୍କ ପୈତୃକ ଘର । ପୂର୍ବତନ ପୋଲିସ ଡିଏସପି କୈଳାସ ଚନ୍ଦ୍ର ମହାନ୍ତିଙ୍କ ଦ୍ୱିତୀୟ ପତ୍ର ହେଉଛନ୍ତି ପ୍ରଦୀପ ମହାନ୍ତି । ପ୍ରଦୀପଙ୍କ ମୃତ୍ଯୁ ଖବର କଟକ ଅପର୍ଣ୍ଣା ନଗର ଓ ତାଙ୍କ ଗାଁ ଜଗତସିଂହପୁର ଜିଲ୍ଲାର ତରାସାହି ପଞ୍ଚାୟତରେ ଶୋକର ଛାୟା ଘରିଯାଇଛି । ପ୍ରଦୀପଙ୍କ ମୃତ୍ଯୁରେ ତାଙ୍କ ବୃଦ୍ଧ ପିତାମାତା , ତାଙ୍କ ସ୍ତ୍ରୀ , ଦୁଇ ଝିଅ , ବଡ ଭାଇ , ଭାଉଜ , ଦାଦା , ଖୁଡି , ଭଉଣୀ, ଭିଣେଇ, ଆତ୍ମୀୟ ସ୍ୱଜନ , ବନ୍ଧୁବାନ୍ଧବ ଓ ସହକର୍ମୀମାନଙ୍କୁ ଅତ୍ୟନ୍ତଭାବେ ମର୍ମାହତ କରିଛି ।

Related Posts