ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ, ଜୁନ୍ ରୁ ସେପ୍ଟେମ୍ବର ଭିତରେ ୭୦% ବର୍ଷା : ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ କହିଛି, ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉପଯୁକ୍ତ ସମୟରେ କେରଳ ଛୁଇଁବ।  ଜୁନ୍ ୧ ରେ କେରଳ ଉପରେ ମୌସୁମୀ ପ୍ରଭାବ ଆରମ୍ଭ ହେବାର ସାଧାରଣତଃ  କୁହାଯାଇଛି । ଦେଶର ମୁଖ୍ୟତଃ ବାର୍ଷିକ ୭୦% ବର୍ଷା ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ରେକର୍ଡ କରାଯାଇ ଥାଏ।  ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବ ଗୁରୁବାର ଦିନ ଟୁଇଟ୍ କରି କହିଛନ୍ତି ଯେ, ଆଇଏମଡିର  (Extended Range Forecast) ERF ସୂଚନା ଦେଇଛି ଯେ ମୌସୁମୀ ଠିକ୍ ସମୟରେ କେରଳ ଛୁଇଁବ। ପ୍ରତି ଗୁରୁବାର ଆଇଏମଡି ଇଆରଏଫ ବାବଦରେ ସୂଚନା ଦେବା ସହିତ ଆଗାମୀ ୪ ସପ୍ତାହର ପାଣିପାଗ ସୂଚନା ଦେଇଥାଏ ।  କେରଳରେ ମୌସୁମୀ ବାୟୁ ଠିକ୍ ସମୟରେ ଛୁଇଁବ ବୋଲି କହିଛନ୍ତି । IMD ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୫ ତାରିଖରେ ସୂଚନା ଦେବ। ସେହି ସମୟ ବେଳକୁ  ମୌସୁମୀର ଚିତ୍ର ଆଉ ଟିକିଏ ସ୍ପଷ୍ଟ ହୋଇଯାଇଥିବ। ଆଣ୍ଡାମାନ ସାଗରରେ ମୌସୁମୀ ସଠିକ ତାରିଖରେ  ଏବଂ ଏହାର ଗତି ମଧ୍ୟ ଭାରତରେ ପହଞ୍ଚିବ  ଵୋଲି ପୂର୍ବାନୁମାନକାରୀ ମାନେ କହିଛନ୍ତି। ଚଳିତ ବର୍ଷ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ହେବାର ୪୦ ପ୍ରତିଶତ ସମ୍ଭାବନା ରହିଛି। ତେବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ମାତ୍ର ୨୧ ପ୍ରତିଶତ ବୋଲି ପାଣିପାଗ ବିଭାଗ କହିଛନ୍ତି । ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ଅଛି  ଵୋଲି  ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ଚଳିତ ବର୍ଷ ସ୍ୱାଭାବିକ ଭାବେ  ମୌସୁମୀ ବୃଷ୍ଟିପାତ ହେଲେ ଲଗାତାର ତୃତୀୟ ବର୍ଷ ପାଇଁ ଏପରି ହେବ ବୋଲି କୁହାଯାଉଛି । କାରଣ  ୨୦୧୯ ଓ ୨୦୨୦ ମୌସୁମୀରେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା। ତେଣୁ ୨୦୨୧ ରେ  ହେବ ଵୋଲି  ପୂର୍ବା ଆନୁମାନ କରାଯାଉଛି । ଏହା ପୂର୍ବରୁ ମଧ୍ୟ  ୧୯୯୬, ୧୯୯୭ ଓ ୧୯୯୮ ତିନି ବର୍ଷ ମଧ୍ୟ  ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଥିଲା ।

Related Posts