ଟିଏମସି କର୍ମୀ କେନ୍ଦ୍ର ମନ୍ତ୍ରୀଙ୍କ କନଭେ ଉପରେ ଆକ୍ରମଣ କଲା , ଭି ମୁରଲୀଧରନ ଭିଡିଓ ସେୟାର କଲେ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମବଙ୍ଗ ବିଧାନସଭା   ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ଓ ବିଜେପି ପୁଣି ଥରେ ମୁହାଁମୁହିଁ   ହୋଇଛନ୍ତି । ମେ ୨ ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆରମ୍ଭ ହୋଇଥିବା ପୋଲ୍ ହିଂସାକୁ ଅନୁଧ୍ୟାନ କରିବା ପାଇଁ ମୁରଲୀଧରନ୍ ବଙ୍ଗଳାରେ ଥିଲେ। ସାମ୍ବାଦିକ ସମ୍ମିଳନୀରେ  ମୁରଲୀଧରନ୍ କହିଛନ୍ତି, “ଏହା କେବେ ବଙ୍ଗଳାର ସଂସ୍କୃତି ହୋଇପାରିବ ନାହିଁ। ଏଠାରେ ମହିଳାଙ୍କୁ ଆକ୍ରମଣ କରାଯାଉଛି।  ଏହା ଗୁଣ୍ଡା ରାଜ  ଛଡା ଆଉ କିଛି ନୁହେଁ । ଆଜି ବି ମୋ ଗାଡିକୁ ଟାର୍ଗେଟ କରାଯାଇଥିଲା।  ଏହି ପରିପ୍ରେକ୍ଷୀରେ ମୁଁ କେନ୍ଦ୍ରକୁ ଏକ ରିପୋର୍ଟ ଦେବି।  ଭି ମୁରଲୀଧରନ୍ ତାଙ୍କ ଟ୍ୱିଟରରେ ଏକ ଭିଡିଓ ସେୟାର କରି  ଲେଖିଛନ୍ତି  ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଗସ୍ତ ସମୟରେ ଟିଏମସିର ଗୁଣ୍ଡା ଦ୍ବାରା ମୋ ଗାଡି ଉପରକୁ ବାଡି ଓ ପଥର ଫିଙ୍ଗି ତାଙ୍କ କାରକୁ ଗୋଡ଼ାଇଥିଲେ।  ସେମାନେ ତାଙ୍କ କାରର ପଛ ଝରକା  ମଧ୍ୟ ଭାଙ୍ଗିଥିଲେ। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଜେପି ନେତା ଭି ମୁରଲୀଧରନଙ୍କ କନଭେ ଗୁରୁବାର ପଶ୍ଚିମ ମେଦିନାପୁର ଜିଲ୍ଲାର ପଞ୍ଚଖୁଡି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। 

ତେବେ କେନ୍ଦ୍ର ମନ୍ତ୍ରୀ କୌଣସି ଅସୁବିଧାରୁ ରକ୍ଷା ପାଇଛନ୍ତି। ତେବେ ପଶ୍ଚିମ ମେଦିନାପୁର ଜିଲ୍ଲାର ଟିଏମସି ସଭାପତି ଅଜିତ ମାଟି ମନ୍ତ୍ରୀଙ୍କ ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ଏହା ବିଜେପି ବିରୋଧରେ ଲୋକଙ୍କର ଏକ ସ୍ୱତଃ ପ୍ରବୃତ୍ତ ବିରୋଧ । ଆମର କୌଣସି ଟିଏମସି କର୍ମୀ ଏଥିରେ ଜଡିତ ନଥିଲେ ।  ପଶ୍ଚିମ ମେଦିନାପୁର ଜିଲ୍ଲାରେ ବିଜେପି ଟେନସନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।  ସେମାନେ ଲୋକଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛନ୍ତି |  ଏହା ବିଜେପି ନେତାଙ୍କ ଡ୍ରାମା ଛଡା ଆଉ କିଛି ନୁହେଁ ବୋଲି ମାଟି କହିଛନ୍ତି।

Related Posts