୨୧ ଦିନ ପାଇଁ କେ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଭୁବନେଶ୍ୱର,୧୦/୫(ସତ୍ୟପାଠ ବ୍ୟୁରୋ):     ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମିଳିଲା ଜାମିନ। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିଲେ କେଜ୍‌ରିଓ୍ବାଲ। ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ଆମ୍ ଆଦମୀ ପାର୍ଟି ନେତା ଜୁନ୍ ୨ ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ।

ତେବେ ନିର୍ବାଚନ ଆଧାରରେ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ଇଡି ବିରୋଧ କରିଛି ଏବଂ ସେମିତି କିଛି ପ୍ରାବଧାନ ନ ଥିବା କହିଛି। ଏହାର ଜବାବରେ କୋର୍ଟ କହିଥିଲେ କି, ୨୧ ଦିନ ପାଇଁ କେଜ୍ରିୱାଲ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ଦ୍ୱାରା କୌଣସି ପରିବର୍ତ୍ତନ ହେବ ନାହିଁ।

Related Posts